Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ...

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ...

  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ...

  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ ...

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ...

  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ...

  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

ରାଜ୍ୟ
Home ›› ରାଜ୍ୟ ››ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଏହା କହିଲେ ମୁଖ୍ୟମନ୍ତ୍ରୀ

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଏହା କହିଲେ ମୁଖ୍ୟମନ୍ତ୍ରୀ

2024-12-04 08:29:23
15054
Share:
Facebook
Twitter
E-Mail
WhatsApp
Telegram
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଏହା କହିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି। ବିଶେଷ କରି, କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଖୁସିର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ଆମ ରାଜ୍ୟର ପ୍ରଥମ ନାଗରିକ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆପଣମାନଙ୍କ ଏବଂ ଆମ ସମସ୍ତଙ୍କର ଗହଣରେ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ଏବଂ ବିଭବତାକୁ ଦ୍ଵି-ଗୁଣିତ କରିଛି। ଯେ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏହା ନିଶ୍ଚିତ ଭାବେ ଏକ ଅପୂର୍ବ ସଂଯୋଗ। ଏହି ସମାରୋହ ନିଶ୍ଚୟ ଆପଣଙ୍କ ସାରା ଜୀବନ  ପାଇଁ  ଏକ ସୁଖଦ ଅନୁଭୂତି ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା। ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଦେଶର  ସୁନାମ ହାସଲ କରିଛି। ଆୟୁର୍ବେଦରେ ଉଚ୍ଚ ଶିକ୍ଷା ପାଇଁ ଏହା  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣର ଏକ କେନ୍ଦ୍ର ହୋଇପାରିଛି। ଏହି ଅନୁଷ୍ଠାନର ଅନେକ ଛାତ୍ର ଛାତ୍ରୀ ଆଜି ଆୟୁର୍ବେଦ ବିଶେଷଜ୍ଞ ଭାବେ ସାରା ରାଜ୍ୟ ଓ ଦେଶରେ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ।   ଭାରତର ପ୍ରାଚୀନ ଋଷି ଓ ଆଚାର୍ୟ୍ୟ ଯଥା ଚରକ,  ସୁଶୃତ  ଓ ବାଗ୍‌ଭଟ୍ଟ ରଚିତ  ସଂହିତାଦ୍ୱାରା ଏହି  ବିଜ୍ଞାନ ପରିପୁଷ୍ଟ । ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର  ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି।
ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡିବ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଦେବସ୍ନାନ ପୂର୍ଣ୍ଣିମା ପରେ ତିନି ଠାକୁର ଜ୍ବରରେ ପୀଡିତ ହୋଇଥାନ୍ତି। ତେଣୁ ଆୟୁର୍ବେଦ ରୀତି-ନୀତି ଭାବେ ଜୀଉମାନଙ୍କର ଉପଚାର କରାଯାଇଥାଏ। ଚିକିତ୍ସା ସହିତ ବିଶେଷ ପ୍ରକାର ପଥି ମଧ୍ୟ ଲାଗି କରାଯାଏ। ଆୟୁର୍ବେଦର କରାମତି ଆମେ ସମସ୍ତେ ରାମାୟଣରୁ ଜାଣିଛୁ। ଯେତେବେଳେ ଲକ୍ଷ୍ମଣ ରଣାଙ୍ଗନରେ ମୂର୍ଚ୍ଛିତ ଅବସ୍ଥାରେ ଥିଲେ ହିମାଲୟର ବିଶଲ୍ୟକରଣୀ ତାଙ୍କୁ ସୁସ୍ଥ କରାଇଥିଲା। ଏପରି, ଅନେକ ଉଦାହରଣ ଆମ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି। ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ  ଜୀବନ ଶୈଳୀ ଦ୍ୱାରା  ଆରୋଗ୍ୟ ଲାଭ କରାଯାଇ ପାରିବ। ମାନବ ଶରୀର,  ୫ଟି ମୌଳିକ ତତ୍ତ୍ୱ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ନିର୍ମିତ ହୋଇଥାଏ । ଏହା  ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ, ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି ।  ଆୟୁର୍ବେଦ, ଯୋଗ, ଆଧ୍ୟାତ୍ମିକତାର ସଦୁପୋଯୋଗକରି ଏକ ସୁସ୍ଥ ନିରାମୟ ଜୀବନଶୈଳୀ କିପରି ଭାବେ ପାଇପାରିବେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟା ମହାମହିମ ରାଷ୍ଟ୍ରପତି ମହୋଦୟା।  ତାଙ୍କ ଜୀବନର ସଂଗ୍ରାମ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା।କିନ୍ତୁ ଦୁଃଖର କଥା ୨୦୧୪ ପର୍ୟ୍ୟନ୍ତ ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ରକମର ଅବହେଳିତ କରାଯାଉଥିଲା। ଧର୍ମକୁ ଆଖିଠାର ପରି ସ୍ୱାସ୍ଥ୍ୟ ବିଭାଗରେ କିଛି ଖର୍ଚ୍ଚ ପ୍ରବଧାନ କରି ଦୟିତ୍ଵ ସମ୍ପାଦନ କରିଦେଉଥିଲେ,। କିନ୍ତୁ ୯ ନଭେମ୍ବର ୨୦୧୪ ଦିନ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ସ୍ଵତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଓ ଦଶା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆୟୁର୍ବେଦ ଡାକ୍ତରଙ୍କୁ ଅନେକ ନୂଆ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ  ଜୟନ୍ତୀ ବା ଧନ୍ ତେରସ ଦିନଟିକୁ 'ବିଶ୍ୱ ଆୟୁର୍ବେଦ ଦିବସ' ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜଟଣୀ ଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ 'ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ' ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ --  ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଛି।ଆୟୁଷ ମନ୍ତ୍ରାଳୟ ଏହାର ଅନୁସନ୍ଧାନ ସଂସ୍ଥାନ  ଦ୍ୱାରା ଆୟୁର୍ବେଦ ମାଧ୍ୟମରେ କର୍କଟ, ମଧୁମେହ ଓ ହୃଦ୍‌ରୋଗ ଇତ୍ୟାଦି ରୋଗର ନିୟନ୍ତ୍ରଣ ନିମିତ୍ତ ଏକ ଜାତୀୟ କାର୍ୟ୍ୟକ୍ରମ ଆରମ୍ଭ କରିଛି ।  ଏହାଦ୍ୱାରା ଏହି ସବୁ ଜଟିଳ ରୋଗ ଗୁଡ଼ିକର ସହଜ ସମାଧାନର ସୂତ୍ର ମିଳିପାରିବ।

ଓଡ଼ିଶାରେ ବର୍ତ୍ତମାନ ୩ଟି ସରକାରୀ ଆୟୁର୍ବେଦ କଲେଜ ଓ ଗୋଟିଏ  ବେସରକାରୀ ଆୟୁର୍ବେଦ କଲେଜ କାର୍ୟ୍ୟରତ ଅଛି। ଆମ ରାଜ୍ୟରେ ବର୍ତ୍ତମାନ ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇଦେବା ପାଇଁ ୫୨୦ଟି ଆୟୁର୍ବେଦ ଚିକିତ୍ସାଳୟ ଓ ୫ଗୋଟି ଆୟୁର୍ବେଦ ହସ୍‌ପିଟାଲ ମାନଙ୍କରେ ରୋଗୀ ସେବା ଯୋଗାଇ ଦିଆଯାଉଛି । ଆୟୁର୍ବେଦ  ଚିକିତ୍ସା ମାଧ୍ୟମରେ  ଅଦ୍ୟାବଧି ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି । 

କୋଭିଡ଼ ମହାମାରୀ ସମୟରେ ଆୟୁଷ ଡାକ୍ତର ମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ "ଆମ  ସରକାର ଢେଙ୍କାନାଳ ଓ ଗଞ୍ଜାମରେ ୨ଟି ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ନିର୍ମାଣ କରିଛନ୍ତି। ଏହାକୁ ଖୁବ୍ ଶୀଘ୍ର ଲୋକାର୍ପିତ କରାଯିବ ଏବଂ ଜନସାଧାରଣ ଏହି ୨ଟି ଅନୁଷ୍ଠାନରୁ ସ୍ୱାସ୍ଥ୍ୟ ସେବା ପାଇପାରିବେ। ନୂଆ ଚିକିତ୍ସାଳୟ ନିର୍ମାଣ ସହିତ ରାଜ୍ୟରେ ସେବା ଯୋଗାଇ ଦେଉଥିବା ବିଭିନ୍ନ ଆୟୁର୍ବେଦ ଚିକିତ୍ସାଳୟ ମାନଙ୍କର କାର୍ୟ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆ ଯାଉଛି।

ଯୋଗ, ଆୟୁର୍ବେଦ ଆଦି ସବୁ ହଜାର ହଜାର ବର୍ଷର ଜ୍ଞାନ। ଆଜି ଏହି ସବୁ ଚିକିତ୍ସା ପଦ୍ଧତିର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି। ଆଜି ବିଶ୍ଵ ଭାରତୀୟ ଚିକିତ୍ସା ବିଜ୍ଞାନକୁ ଚାହିଁ ରହିଛି। ଆମ ଶାସ୍ତ୍ର, ପୋଥି, ପାଣ୍ଡୁଲିପି ଏପରିକି ଅଥର୍ବ ବେଦରେ ଥିବା ଚିକିତ୍ସା ବିଜ୍ଞାନ ସଂପୂର୍ଣ୍ଣ ଭାବେ ଅନୁସନ୍ଧାନ ଏବଂ ଆବିଷ୍କୃତ ହୋଇନାହିଁ। ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଅଛି। ଆଶା କରୁଛି ଆୟୁର୍ବେଦ ବିଜ୍ଞାନ ସହିତ ସମ୍ପୃକ୍ତ ଥିବା ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। 

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରି ଏହାକୁ ଏକ ଉତ୍କର୍ଷ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆମ ସରକାର ପଦକ୍ଷେପ ଗ୍ରହଣ କରିବେ।

Powered by Froala Editor

Tags Cm

Related articles Odisha News Lens 4.1

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
    ଦେଶ-ଦେଶାନ୍ତର

    ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13907
    Dec 02, 2025
  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର
    ମନୋରଞ୍ଜନ

    ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15909
    Nov 30, 2025
  •  ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍
    ବିଶେଷ

    ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14908
    Dec 02, 2025
  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ
    ଦେଶ-ଦେଶାନ୍ତର

    କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

    14069
    Nov 30, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
    ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13715
    Nov 30, 2025
  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି
    ଦେଶ-ଦେଶାନ୍ତର

    ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14099
    Dec 02, 2025
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା
    ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14658
    Dec 02, 2025
  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର
    ଦେଶ-ଦେଶାନ୍ତର

    ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14559
    Dec 02, 2025
  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌
    ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    15068
    Nov 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14658
    Dec 02, 2025
  • ଦେଶ-ଦେଶାନ୍ତର

    ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14559
    Dec 02, 2025
  • ବିଶେଷ

    ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14908
    Dec 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16874
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16970
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17313
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15785
    Apr 03, 2021

ବିଶେଷ

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14908
    Dec 02, 2025
  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    15818
    Nov 30, 2025
  • ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....

    14758
    Nov 29, 2025
  • ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ

    14307
    Nov 28, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    14052
    Nov 26, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14868
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14747
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14337
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13984
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14099
    Dec 02, 2025
  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14908
    Dec 02, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13907
    Dec 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In