ଛାଡ଼ପତ୍ର ନେବେନି ରେହମାନ୍-ସାୟରା ବାନୁ !
ଏକାଠି ହୋଇପାରନ୍ତି ରେହମାନ୍ ଓ ପତ୍ନୀ ସାୟରା ବାନୁ । କିଛିଦିନ ତଳେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍ ରେହମାନ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ଆସିଥିଲା। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ଉଭୟ ଏକାଠି ହେବା ଜଣାପଡ଼ୁଛି। ରେହମାନଙ୍କ ସହ ଏକାଠି ହେବା ନେଇ ସାଇରାଙ୍କ ଓକିଲ ଏକ ବିବୃତ୍ତି ରଖିଛନ୍ତି। ଯାହା ଶୁଣି ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି ପ୍ରତିକ୍ରୟା ଦେଇଛନ୍ତି ସାୟରାଙ୍କ ଓକିଲ ବନ୍ଦନା ଶାହା । ରେହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ନିଷ୍ପତ୍ତି ଆସିଯାଇଥିବାବେଳେ ସେମାନଙ୍କ ୩ ପିଲାଙ୍କ କଷ୍ଟଡି ନେଇ କୌଣସି ଆଲୋଚନା ହୋଇ ନ ଥିବା ବନ୍ଦନା କହିଛନ୍ତି । ଏହାଛଡ଼ା ସେମାନଙ୍କ ୩ କିଶୋର ସନ୍ତାନ ଏ ନେଇ ନିଜସ୍ୱ ନିଷ୍ପତ୍ତି ନେବାକୁ ସକ୍ଷମ । ରେହମାନ ଓ ସାୟରା ଦୁହେଁ ବ୍ୟବଚ୍ଛେଦକୁ ନେଇ ଦୁଃଖିତ ଥିବା କହିଛନ୍ତି ବନ୍ଦନା । ବିବାହ ବିଚ୍ଛେଦ ସେମାନଙ୍କୁ କଷ୍ଟ ଦେଇଛି ସତ କିନ୍ତୁ ସେମାନେ ପୁଣିଥରେ ଏକାଠି ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ବନ୍ଦନା କହିଛନ୍ତି ।
ସୂଚନା ଅନୁସାରେ ଚଳିତ ମାସରେ ୨୯ ବର୍ଷର ବୈବାହିତ ସମ୍ପର୍କ ଶେଷ କରିବା ପାଇଁ ବଡ଼ ଘୋଷଣା କରିଥିଲେ ସାୟରା ଓ ରେହମାନ । ୧୯୯୫ରେ ଦୁହେଁ ବିବାହ କରିଥିଲେ । ରେହମାନ ସାୟରାଙ୍କୁ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିିଥିଲେ । ଦୁହିଁଙ୍କ ଭିତରେ ମାତ୍ରାଧିକ ଭଲପାଇବା ରହିବା ସତ୍ତ୍ୱେ କିଛି ଜଟିଳ ସମସ୍ୟା ସେମାନଙ୍କ ଭିତରେ ଦୂରତା ସୃଷ୍ଟି କରିଥିଲା, ଯାହାପାଇଁ ସେମାନେ ଅଲଗା ହେବାର ନିଷ୍ପତ୍ତି ନେଲେ ।
Powered by Froala Editor