ମୋଦୀଙ୍କୁ ଆମ୍ବ ଦେଲେ ମମତା

କୋକକାତା: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତିକ୍ତ ସମ୍ପର୍କ ସମସ୍ତଙ୍କ ଜଣା । ରାଜନୈତିକ ମତଭେଦ ଏବଂ ଲଢେ଼ଇ ମଧ୍ୟରେ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ବଙ୍ଗଳାର ପ୍ରସିଦ୍ଧ ଲଙ୍ଗଡ଼ା ହିମସାଗର ଏବଂ ଲକ୍ଷ୍ମଣ ଭୋଗ ଆମ୍ବ ପଠାଇଛନ୍ତି । ଏହି ଆମ୍ବ ରାଜ୍ୟ ସରକାରଙ୍କ ତରଫରୁ ଦିଲ୍ଲୀ ସ୍ଥିତ ବଙ୍ଗ ଭବନକୁ ପଠାଯାଇଛି । ସେଠାରୁ ଏହି ଉପହାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ଅନ୍ୟ କେତେକ ନେତା ଓ ମନ୍ତ୍ରୀଙ୍କ ନିକଟକୁ ଯିବ । ସୂଚନା ଯୋଗ୍ୟ, ପ୍ରତିବର୍ଷ ମମତା ବଙ୍ଗଳାର ଏହି ପ୍ରସିଦ୍ଧ ଆମ୍ବ ଦିଲ୍ଲୀର ନେତା, ମନ୍ତ୍ରୀମାନଙ୍କ ନିକଟକୁ ଉପହାର ସ୍ୱରୂପ ପଠାଇ ଥାଆନ୍ତି ।
Powered by Froala Editor