କୋଭାଭାକ୍ସ ଟିକା ଟ୍ରାଏଲକୁ ଅନମୁତି ନାହିଁ
ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର ରାଯାଇଛି । ଆଉ ବିଭିନ୍ନ କମ୍ପାନୀର ଟିକା ଆସିଯାଇଥିବାବେଳେ ଆଉ କିଛି ଆସିବାକୁ ବାକି ଅଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲୋ କୋଭାଭାକ୍ସ ଟିକା ଟ୍ରାଏଲ ପାଇଁ ଅନୁମତି ଦିଆଯାଇନାହିଁ । କୋଭାଭାକ୍ସ ଟିକା ଟ୍ରାଏଲକୁ ପାଇଁ ସେରମ ଇନଷ୍ଟିଚୁ୍ୟଟ ଅନମୁତି ମାଗିଥିଲା । ୨ରୁ ୧୭ ବର୍ଷ ବୟସ୍କ ଉପରେ ଏହା ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ହୋଇଥାନ୍ତା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଏନେଇ ଅନୁମତି ଦେଇନଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଖୁବଶୀଘ୍ର ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ କରାଯିବ । ଟିକାକରଣ ପାଇଁ ଜାଇଡସ କାଡିଲା ଅନୁମତି ମାଗିଛି । ଜାଇଡସ କାଡିଲା ଏନେଇ ଡିସିଜିଆଇକୁ ଜରୁରୀକାଳୀନ ଅନୁମତି ମାଗିଛି । ଜାଇଡସର ଜାଇକୋଭ-ଟି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ କରାଯାଇଛି । ଦେଶର ୫୦ଟି ସେଣ୍ଟରରେ ସବୁଠୁ ବଡ଼ କ୍ଲିନିକାଲ ଟ୍ରାଏଲ କରିଛି ଜାଇଡସ ।
Powered by Froala Editor