କାନାଡାରେ ତାପମାତ୍ରା ୪୯ ଡିଗ୍ରୀ ଉପରେ, ଲୋକେ କଲବଲ

କାନାଡାରେ ଏବେ ଗ୍ରୀଷ୍ମର ପ୍ରକୋପ । ତାପମାତ୍ରା ବଢି ଚାଲିଥିବାବେଳେ ସେଠାକାର ଲୋକେ କଲବଲ ହେଉଛନ୍ତି । ୪ ଦିନ ହେଲାଣି ତାପମାତ୍ରା ୪୯ ଡିଗ୍ରୀ ଉପରେ ରହୁଛି । ଏଥିଯୋଗୁଁ କାନାଡ଼ା ପରିବେଶ ବିଭାଗ ପକ୍ଷରୁ ବ୍ରିଟିଶ୍ କଲମ୍ବିଆ, ଆଲବର୍ଟା, ସସ୍କାଚେୱାନ୍, ମଣିଟୋବା, ୟୁକୋନ୍ ଏବଂ ଉତ୍ତରପଶ୍ଚିମ ଅଞ୍ଚଳର କିଛି ଅଂଶରେ ଆଲର୍ଟ ଜାରି କରିଛନ୍ତି। ଏପରିକି ବ୍ରିଟିଶ କଲମ୍ବିଆର ପଶ୍ଚିମ ଉପକୂଳ ଅଞ୍ଚଳରେ ୨୩୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।
ସୂଚନା ଯେ, କାନାଡାରେ ଗ୍ରୀଷ୍ମ ଲହରୀ ଯୋଗୁଁ ଅଧିକାଂଶ ସ୍ଥାନରେ ସ୍କୁଲ୍ ଏବଂ କୋଭିଡ୍ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଭାନ୍କୋଭର ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଜଟିଳ। ବୟସ୍କ, ଶିଶୁ ଏବଂ କ୍ରୋନିକ୍ ସ୍ବାସ୍ଥ୍ୟ ସମସ୍ୟା ଥିବା ଶିଶୁମାନେ ଗ୍ରୀଷ୍ମ ଲହରୀ ଯୋଗୁଁ ପ୍ରାଣ ହାରୁଛନ୍ତି ବୋଲି କୁହାଯାଉଛି। ଏପରି ସ୍ଥିତି ଲାଗି ରହିଲେ ଆଗକୁ ଜରୁରି ପରିସ୍ଥିତି ଘୋଷଣା କରାଯିବ ବୋଲି କାନାଡା ସରକାର କହିଛନ୍ତି ।
Powered by Froala Editor