୪୯ ବର୍ଷରେ ସୁସ୍ମିତା : ମିସ୍ ୟୁନିଭର୍ସ, କିନ୍ତୁ ପ୍ରଥମ ଫିଲ୍ମ ହୋଇଥିଲା ଫ୍ଲପ୍
ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ ୪୯ ବର୍ଷରେ ପାଦ ଥାପଛନ୍ତି । ଏହି ଅବସରରେ ତାଙ୍କ ପାଇଁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଛୁଟୁଛି ଶୁଭେଚ୍ଛାଡର ସୁଅ ।
ସୁସ୍ମିତା ସେନ୍ ୧୯ ନଭେମ୍ବର ୧୯୭୫ ମସିହାରେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ସୁସ୍ମିତା ସେନଙ୍କ ବାପା ସୁବୀର ସେନ ବାୟୁସେନାରେ ୱିଙ୍ଗ କମାଣ୍ଡର ହୋଇଥିବାବେଳେ ମାଆ ଶୁଭ୍ରା ସେନ ଜୁଏଲେରୀ ଡିଜାଇନର ଥିଲେ ।
୧୯୯୪ ମସିହାରେ ସୁସ୍ମିତା ସେନ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ପ୍ରଥମ ହୋଇଥିଲେ । ଏହା ପରେ ୧୯୯୪ ମସିହାରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେହି ସମୟରେ ମାତ୍ର ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା । ସୁସ୍ମିତା ସେନଙ୍କୁ ଭାରତର ପ୍ରଥମ ମହିଳା ମିସ୍ ୟୁନିଭର୍ସ ଆଖ୍ୟା ମଧ୍ୟ ଦିଆଯାଇଛି।
୧୯୯୬ରେ ରିଳିଜ୍ ହୋଇଥିବା ଫିଲ୍ମ 'ଦସ୍ତକ'ରୁ ସୁସ୍ମିତା ସେନ୍ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୧୯୯୭ ମସିହାରେ ସୁସ୍ମିତା ସେନ୍ ସନି ଦେଓଲଙ୍କ ବିପକ୍ଷରେ କାମ କରିବାର ସୁଯୋଗ ପାଇଲେ, କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ଅସଫଳ ହୋଇଥିଲା । ୧୯୯୯ ମସିହା ସୁସ୍ମିତା ସେନଙ୍କ କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ଉକ୍ତ ବର୍ଷ ବିବି ନମ୍ବର ୱାନ୍ ଏବଂ ସିର୍ଫ ତୁମ୍ ପରି ସୁପରହିଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ବିବି ନମ୍ବର ୱାନ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ସୁସ୍ମିତା ସେନଙ୍କୁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ମେଁ ହୁଁ ନା' ସୁସ୍ମିତା ସେନଙ୍କ କ୍ୟାରିୟରକୁ ବଦଳାଇ ଦେଇଥିଲା । ଫରାହ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । ସୁସ୍ମିତା ସେନ୍ ତାଙ୍କ ଫିଲ୍ମ କ୍ୟାରିୟରରେ ପ୍ରାୟ ୪୦ଟି ଚଳଚ୍ଚିତ୍ରରେ କାମ କରିଛନ୍ତି ।
Powered by Froala Editor