କଳ୍କୀ ଅବତାରକୁ ନେଇ ବାପା ଦେଲେ ସଫେଇ : କହିଲେ ଫଟୋ ୧୦ ବର୍ଷ ପୁରୁଣା
ଭୁବନେଶ୍ବରର ‘ଖଣ୍ଡଗିରିର କଳକୀ ଅବତାର’ଙ୍କୁ ନେଇ ଏବେ ଚହଳ ପଡ଼ିଛି । ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ହେଉଛି। କଳକୀ ଅବତାରଙ୍କ ପାଦରେ ତୁଳସୀ, ଭଗବତ୍ ଗୀତା ରଖାଯାଇଥିବା କୁହାଯାଉଛି। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଙ୍ଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।
ମାତ୍ର ଖଣ୍ଡଗିରିର ବୈକୁଣ୍ଠନାଥ ଧାମ ଆଶ୍ରମରେ ବାବା କଳକୀ ଅବତାର ହଠାତ୍ ଆଶ୍ରମରୁ ଉଭାନ୍ ହୋଇ ଯାଇଛନ୍ତି। ମାମଲା ରୁଜୁ ହେବା ପରେ ବାବାଙ୍କୁ ନେଇ ବୟାନ ବଦଳିଯାଇଛି । ବାବା କଳକୀ ଅବତାରଙ୍କ ବାପା କହୁଛନ୍ତି ମୋ ପୁଅ ଠାକୁର ନୁହେଁ । ପୁଅକୁ ନେଇ ପିତା ବାବା କାଶୀନାଥ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ୪ ମିନିଟର ଏକ ଭିଡିଓ ଜାରି କରି କହିଛନ୍ତି କିଛି କୁଚକ୍ରୀ ଗୋଷ୍ଠୀ ବଦନାମ କରିବାକୁ ଏମିତି ଷଡ଼ଯନ୍ତ୍ର ରଚିଛନ୍ତି।
କାଶୀନାଥ ପାଦ ତଳେ ତୁଳସୀ ଥିବାକୁ ନେଇ କହିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ୧୦ ବର୍ଷ ପୁରୁଣା। ପୁଅକୁ ୫ ବର୍ଷ ହୋଇଥିବା ବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା । ଏହା ସେହି ସମୟର ଫଟୋ। ଯେଉଁଥିରେ ପାଦ ତଳେ ତୁଳସୀ ଅଛି, ସେଥିରେ କାଶୀନାଥ କିମ୍ବା ତାଙ୍କ ପତ୍ନୀ ନ ଥିବା ସେ କହିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଛନ୍ତି, ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା କାଶୀନାଥ ମିଶ୍ର କହିଛନ୍ତି।
Powered by Froala Editor