ଛାଡଖାଇ: ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ଵର : ଜମୁଛି ଛାଡଖାଇ ବଜାର। କାର୍ତ୍ତିକ ପୂର୍ଣ୍ଣିମା ପରେ ଶନିବାର ସଂକ୍ରାନ୍ତି ଯୋଗୁଁ ଆମିଷ ବଜାର ପୁରା ଫିକା ପଡିଥିଲା। ଆଜି ରବିବାର ହୋଇଥିବାରୁ ଆମିଷ ପ୍ରେମୀଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ , ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ଦେଶୀ ଚିକେନ୍ କେଜି ୫୫୦, ମଟନ ୮୦୦, ଚିଙ୍ଗୁଡି ୫୫୦ ଟଙ୍କାରେ ବିକ୍ରି ହେଉଛି।
Powered by Froala Editor