ଘୁଷୁରି ଶିକାର କଲା ବାଘୁଣୀ ଜୀନତ୍
ଶିମିଳିପାଳର ସଫ୍ଟ ଏନକ୍ଲୋଜରରେ ଶିକାର କଲା ବାଘୁଣୀ 'ଜୀନତ୍'। ଏହା ତାର ପ୍ରଥମ ଶିକାର। ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି। ଏହା ଭଲ ଲକ୍ଷଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ 'ଜୀନତ୍ 'ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।
ତାକୁ ଚହଲାସ୍ଥିତ ଏନକ୍ଲୋଜରରେ ଛଡ଼ାଯାଇଥିଲା। ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ।
ମହାରାଷ୍ଟ୍ର ରାଜ୍ୟର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ମାଈ ବାଘ ଶିମିଳିପାଳକୁ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଘୁଣୀ ‘ଯମୁନା’କୁ ଅଣାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାଘୁଣୀ ‘ଜୀନତ୍’ ପହଞ୍ଚିଛି। ଅକ୍ଟୋବର ୨୮ତାରିଖରେ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ଅଢ଼େଇ ବର୍ଷୀୟା ବାଘୁଣୀ ଯମୁନା ଦୁଇଟି ଶିକାର କରିବା ପରେ ତା’କୁ ନିକଟରେ ଦକ୍ଷିଣ ଶିମିଳିପାଳର କୋରକୁ ଛଡ଼ାଯାଇଥିଲା। ଏବେ ସେ ସେଠି ମୁକ୍ତ ବିଚରଣ କରୁଛି। ୧୩ ତାରିଖ ‘ଜୀନତ୍’ ପହଞ୍ଚିବା ପରେ ତାକୁ ଯଶିପୁର ପଟୁ ଶିମିଳିପାଳ ଭିତରକୁ ନିଆଯାଇଛି।
Powered by Froala Editor