ଖତଗଦାରୁ ମିଳିଲା ୨୧ ଲକ୍ଷ ଟଙ୍କା, କେଉଁଠୁ ଆସିଲା ଜାଣନ୍ତୁ....
ଭୁବନେଶ୍ବର: ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ ମନ୍ଦାରୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଖତଗଦାରୁ ମିଳିଛି ୨୧ ଲକ୍ଷ ଟଙ୍କା। ଏହି ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ ପୁଲିସ। ଜ୍ବାଇଁ ହାଇଦ୍ରାବାଦର ଏକ କମ୍ପାନୀ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରୁଥିବାବେଳେ ସେଠାରୁ ଏହି ଟଙ୍କା ଚୋରି ହୋଇଥିଲା। ଅଭିଯୁକ୍ତ ଯୁବକ ଚୋରି ଟଙ୍କାକୁ ନିଜ ଶଳା ହାତରେ ପଠାଇଥିଲେ, ଯାହାକୁ ସେ ନିଜ ଘରେ ଲୁଚାଇ ରଖିଥିଲେ। ପୁଲିସ ଅଭିଯୁକ୍ତ ଜ୍ବାଇଁ ଗୋପାଳ ବେହେରାକୁ ଧରିଥିବା ଜଣାପଡ଼ିଛି। ତା’ର ଘର ଭୋଗରାଇ ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଶୁକ୍ରବାର ସକାଳେ ହାଇଦ୍ରାବାଦ ପୁଲିସ ବଡ଼ ମନ୍ଦାରୁଣି ଗ୍ରାମରେ ପହଞ୍ଚିଥିଲା। ପୁଲିସ ଗୋପାଳଙ୍କ ଶ୍ଵଶୁର ଘରେ ପହଞ୍ଚି ଘର ଏବଂ ଖତଗଦାକୁ ଯାଞ୍ଚ କରିଥିଲା। ସେଠାରୁ ୨୧ ଲକ୍ଷ ଟଙ୍କା ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୁଲିସ। ପୁଲିସ ତାଙ୍କ ଶାଶୁ ଏବଂ ଶଳାଙ୍କୁ ଅଟକ ରଖିଛି।
Powered by Froala Editor