ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ନିଆଁ
ଭଦ୍ରକ: ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଟ୍ରେନଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ରମ୍ଭିଳା ନିକଟରେ ଫାଟକ ଜଗୁଆଳି ଏହା ଦେଖିବା ପରେ ଟ୍ରେନକୁ ଅଟକାଯାଇଥିଲା। ଖବର ପାଇ ରେଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟ ଚାଲିଥିଲା। ଏହା ପରେ ସ୍ଥିତି ସ୍ଵାଭାବିକ ହେବାରୁ ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।
Powered by Froala Editor