ପାଣିରେ ବୁଡ଼ି ସବୁ ଦିନ ପାଇଁ ଆଖି ବୁଜିଲା ୩ ବର୍ଷର ପୁଅ
ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାରେ ଖେଳିଗଲା ଦୁଃଖର କଳା ବାଦଲ। ସମସ୍ତେ ଡଙ୍ଗା ଭସାଉଥିଲେ। ପୋଖରୀରେ ଡଙ୍ଗା ଦେଖି ଖୁସି ହେଲା। ପରେପରେ ଡଙ୍ଗା ଆଣିବା ପାଇଁ ଏକ କାଉଁରିଆ ସାହାଯ୍ୟରେ ଏକା ପୋଖରୀ ପାଖକୁ ପଳାଇଲା। ଶେଷରେ ଅକାତକାତ ପାଣିରେ ବୁଡ଼ି ସବୁ ଦିନ ପାଇଁ ଆଖି ବୁଜିଲା ୩ ବର୍ଷର ପୁଅ। କଟକ ଜିଲା ସାଲେପୁର ବ୍ଲକ କରମୁଆଁ ଗାଁରେ ଶୁକ୍ରବାର ଘଟିଛି ଏହି ଦୁଃଖଦ ଘଟଣା। ସକାଳୁ ସକାଳୁ ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ଏକ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଉଛି କରମୁଆଁ ଗାଁର ପ୍ରଦୀପ୍ତ ଭୋଇଙ୍କ ପୁଅ। ପରିବାର ଲୋକ ବହୁ ଖୋଜା ଖୋଜି କଲା ପରେ ଗାଁ ନିକଟରେ ଥିବା ପୋଖରୀରୁ ତାକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Powered by Froala Editor