ସିଭିଲ ଟାଉନସିପ ସୁରୁଚି ବଜାରରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ସିଭିଲ ଟାଉନସିପରେ ଥିବା ସୁରୁଚି ବଜାରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୭ଟା ୩୦ରେ ନିଆଁ ଲାଗିଥିବା କୁହାଯାଇଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ୫ଟି ଦମକଳ ଏହାକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲା। ଏହା ଏକ ଡ଼ିପାର୍ଟ ମେଣ୍ଟାଲ ଷ୍ଟୋର। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
Powered by Froala Editor