ସହିଦ ରଘୁ ସର୍ଦ୍ଦାର, ପ୍ରତୀକ୍ଷା, ଡାଲଚିନି, ଦମନକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର ଘୋଷଣା ହୋଇଥିବା ବେଳେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲଚିନି ଏବଂ ୨୦୨୨ ପାଇଁ ଦମନକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।
ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର (ଜୀବନବ୍ୟାପି ସାଧନା ପୁରସ୍କାର) ପାଇଁ ଅନନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଛି। ୨୦୨ରେ ଅନନ୍ତ ମହାପାତ୍ର, ୨୧ରେ ଶ୍ରୀନିବାସ ମହାପାତ୍ର ଏବଂ ୨୨ ପାଇଁ ଜୟୀରାମ ସାମଲଙ୍କୁ ଏହି ପୁରସ୍କାର ମିଳିବ।
୨୦୨୦ରେ ରୋମିଓ ରାଜା ଚଳଚିତ୍ର ପାଇଁ ରାକେଶ ସାମଲଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଲା, ଶ୍ରେଷ୍ଠ କାହାଣୀ ପାଇଁ ଡା. ବିଶ୍ଵନାଥ କର, ସଂଗୀତ ନିର୍ଦ୍ଦେଶକ ବୈଦନାଥ ଦାଶ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସରୋଜ କୁମାର, ଗାୟିକା ଅସୀମ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ନିରଞ୍ଜନ ଦଶ, ରାଜେଶ ଯୋଗୀ, ଶ୍ରେଷ୍ଠ ଗୀତିକାର ପଞ୍ଚାନନ ନାୟକ, ବର୍ଷ ପ୍ରିୟଦର୍ଶିନୀଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର କୁଇନ ସିନେମା ପାଇଁ ମିଳିଛି।
୨୦୨୧ ମସିହା ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ(ତୃଷ୍ଣା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଅଙ୍କିତ କୁମାର ଓ ଦୀପନ୍ୱିତ ଦାଶ ମହାପାତ୍ରଙ୍କୁ ପ୍ରଦାନ କରାଯିବ। ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର(ଡାଲ୍ଚିନି), ଶ୍ରେଷ୍ଠ କାହାଣୀକାର ରଞ୍ଜନ ଦାସ(ଭୋକ) ଓ ଗୌରହରୀ ଦାସ(ପ୍ରତୀକ୍ଷା); ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିଦ ମଜୁମଦାର(ତୃଷ୍ଣା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟପ୍ରଭାସ ପାଢ଼ୀ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ସୋହିନୀ ମିଶ୍ର, ଶ୍ରେଷ୍ଠ ଗୀତିକାର ଚିନ୍ମୟ ଦାସ ପଟ୍ଟନାୟକ(ବିଶ୍ୱାସ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ସମରେଶ ରାଉତରାୟ(ତୃଷ୍ଣ ଓ ଅଜାତି), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସାଧନା ମାଳି ଓ ଏଲିନା ସାମନ୍ତରାୟ; ଶ୍ରେଷ୍ଠ ହାତ୍ୟ କଳାକାର ଭାବେ ଶଙ୍କର ପ୍ରଧାନ, ଶ୍ରେଷ୍ଠ ଶିଶୁ ଅଭିନେତା ନଭନିତ ମହାନ୍ତି, ଶ୍ରେଷ୍ଠ ଖଳ ଅଭିନେତା କୁନା ତ୍ରିପାଠୀ(ଭୋକ), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଷାନୀ ସେନ୍ ଗୁପ୍ତା(ଚକ୍ଷୁବନ୍ଧନ), ଶ୍ରେଷ୍ଠ ସଂଳାପକାର ପ୍ରଣବ ଦାସ(ଅଜାତି) ଓ ଚିନ୍ମୟଦାସ ପଟ୍ଟନାୟକ(ବିଶ୍ୱାସ)ଙ୍କୁ ପୁରସ୍କୃତ କରାଯିବ।
୨୦୨୨ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଦମନ’ ମନୋନୀତ ହୋଇଛି। ୨୦୨୨ରେ ମାୟାବୀ ପାଇଁ ସୁଧାଂଶୁ ମୋହନ ସାହୁଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର, ଶ୍ରେଷ୍ଠ ସଂଗୀତ ପଙ୍କଜ ଜାଲ, ଶ୍ରେଷ୍ଠ ପ୍ରଛଦପଟ ଗାୟକ ମାଧବ ଦାସ, ଗାୟିକା ଦୀପ୍ତିରେଖା ପାଢ଼ୀ, ଗୀତିକାର ଚୂଡ଼ାମଣି ଚନ୍ଦନ ଓ କପିଳେଶ୍ୱର ଖମାରିଙ୍କୁ ପୁରସ୍କାର ମିଳିବ।
Powered by Froala Editor