ଅମୁଲ କ୍ଷୀର ଦାମ ବଢିଲା
ପେଟ୍ରୋଲ-ଡିଜେଲ ହେଉ କିମ୍ବା ଖାଇବା ତେଲ ହେଉ, ଏହିସବୁର ଦର ବୃଦ୍ଧି ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହିସବୁ ମଧ୍ୟରେ ଅମୁଲ କମ୍ପାନିଠାରୁ ଲାଗିଛି ଏକ ବଡ଼ ଝଟକା । କ୍ଷୀରର ମୂଲ୍ୟ ବୃଦ୍ଧି କରିଛି ଅମୁଲ କମ୍ପାନି । ଅମୁଲ କମ୍ପାନିର ପ୍ରତ୍ୟେକ କ୍ଷୀରର ମୂଲ୍ୟ ୨ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଆସନ୍ତାକାଲିଠାରୁ ଲାଗୁ ହେବ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ରାଜଧାନୀ ଦିଲ୍ଲୀ ସମେତ, ଗୁଜୁରାଟ, ପଞ୍ଜାବ ଏବଂ ଅନ୍ୟ କେତେକ ରାଜ୍ୟରେ ଅମୁଲ କ୍ଷୀରର ନୂତନ ମୂଲ୍ୟ ଲାଗୁ ହେବ । କମ୍ପାନି ଏହାର ସମସ୍ତ ବ୍ରାଣ୍ଡକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଅମୁଲର ସମସ୍ତ ଦୁଗ୍ଧ ପ୍ରଡକ୍ଟ ଅମୁଲ ଗୋଲ୍ଡ, ଅମୁଲ ତାଜା, ଅମୁଲ ଟି-ସ୍ପେଶାଲ, ଅମୁଲ ସ୍ଲିମ୍ ଆଣ୍ଡ ଟ୍ରିମ୍ ଏସବୁ ପ୍ରଡକ୍ଟରେ ଲିଟର ପ୍ରତି ଦୁଇ ଟଙ୍କା ବୃଦ୍ଧି କରାଯାଇଛି ।
ଅଧିକ ଇନପୁଟ୍ ଖର୍ଚ୍ଚ ପାଇଁ କମ୍ପାନି ନିଜର ବିଭିନ୍ନ ଦୁଗ୍ଧ ବ୍ରାଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଦର୍ଶାଇଛି। ତୈଳ ଦର ବୃଦ୍ଧି ପାଇଁ ଅଧିକ ପରିବହନ ଚାର୍ଜ, ପ୍ୟାକେଜିଂ ଏବଂ ଲଜିଷ୍ଟିକ୍ସ କାରଣରୁ ଇନପୁଟ୍ ଖର୍ଚ୍ଚ ବୃଦ୍ଧି ପାଇଛି ବୋଲି କମ୍ପାନି କହିଛି।
Powered by Froala Editor