ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଏଣିକି ବଦଳି ଏବଂ ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ କଡ଼ା ଆକ୍ସନ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ରାଜ୍ୟ ସରକାର ଏକ ନୂଆ ପ୍ଲାନ ସହିତ ଏପ୍ରକାର ନିୟମ ଉଲଙ୍ଘନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ।
ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଅତ୍ୟଧିକ ପ୍ରଭାବ ପକାଇବାର ଏପରି ଅଭ୍ୟାସ ହେଉଛି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ ର ନିୟମ ୨୩ ର ସ୍ପଷ୍ଟ ଉଲ୍ଲଂଘନ।
କୌଣସି ସରକାରୀ କର୍ମଚାରୀ ସରକାରୀ କିମ୍ବା ପଦୋନ୍ନତି, ବେତନ ଏବଂ ଅନ୍ୟାନ୍ୟ ସେବା ସର୍ତ୍ତ ଅନୁଯାୟୀ ତାଙ୍କ ନିଯୁକ୍ତିକୁ ନେଇ ନିଜର ସ୍ୱାର୍ଥକୁ ପୁରଣ କରିବା ପାଇଁ କୌଣସି କର୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ଆଣିବାକୁ କିମ୍ବା ଚେଷ୍ଟା କରିବାକୁ ଚେଷ୍ଟା କରିବେ ନାହିଁ।
ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor