ପୁଣି ଜମ୍ମୁରେ ଉଡିଲା ୩ଟି ଡ୍ରୋନ,ସେନା ସତର୍କ
ଜମ୍ମୁ: ପୁଣିଥରେ ଜମ୍ମୁର ବାୟୁସେନା ଏୟାରବେସରେ ୩ଟି ଡ୍ରୋନ ଉଡୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରକ ସାମଗ୍ରୀ ପକାଯିବା ପରେ ସେନା ଶିବିର ଉପରେ ବାରମ୍ବାର ଡ୍ରୋନ୍ ଦେଖିବାକୁ ମିଳୁଛି । ଆଜି ସକାଳେ ଜମ୍ମୁର କାଲୁଚାକ୍, ମିରାନ୍ ସାହେବ ଏବଂ କୁଞ୍ଜୱନୀରେ ୩ଟି ଡ୍ରୋନ୍ ଦେଖିବାକୁ ମିଳିଛି । ତେବେ ଭାରତୀୟ ସୀମାରେ ଡ୍ରୋନ୍ ଉଡ଼ିବା ପରେ ଭାରତୀୟ ସେନା ସତର୍କ ଅଛନ୍ତି । ଅନ୍ୟପଟେ ଡ୍ରୋନ୍ ଆକ୍ରମଣ ଆଶଙ୍କା କରି ଜମ୍ମୁର ବାୟୁସେନା ଷ୍ଟେସନର ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଏବଂ ଜାମର ଭଳି ଅତ୍ୟାଧୁନିକ ଉପକରଣ ଲଗାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦ୍ୱାରା ବାୟୁସେନା ଷ୍ଟେସନରେ ଏକ ଆଣ୍ଟି ଡ୍ରୋନ୍ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ଏହା ସହିତ ଆଗାମୀ ସମୟରେ ଜମ୍ମୁର ସମସ୍ତ ସେନା ଶିବିରରେ ମଧ୍ୟ ଆଣ୍ଟି ଡ୍ରୋନ୍ ସିଷ୍ଟମର ଲଗାଯିବାର ଯୋଜନା କରାଯାଉଛି । ସୂଚନାଯୋଗ୍ୟ, ସୋମବାର ଦିନ ସେନା କର୍ମଚାରୀମାନେ ରତ୍ନୁଚକ୍-କାଲୁଚକ୍ ଷ୍ଟେସନ ଉପରେ ଉଡ଼ୁଥିବା ଦୁଇଟି ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲେ ଯାହା ପରେ ନିଖୋଜ ହୋଇଯାଇଥିଲା ।
Powered by Froala Editor