୪-ସ୍ତରୀୟ ସୁରକ୍ଷା ବଳୟରେ ସଲମାନ
ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଇଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ସଲ୍ଲୁଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି । ଏବେ ସେ ୪-ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ କାମ କରୁଛନ୍ତି । ତାଙ୍କ ସହିତ ସର୍ବଦା ୫୦-୭୦ ଜଣ ସୁରକ୍ଷାକର୍ମୀଙ୍କର ଟିମ୍ ରହୁଛନ୍ତି ।
ହାଇଦ୍ରାବାଦର ପ୍ରସିଦ୍ଧ ଫାଲକନୁମା ପ୍ୟାଲେସ୍ ହୋଟେଲରେ 'ସିକନ୍ଦର୍' ସୁଟିଂ ଚାଲିଛି । ସଲ୍ଲୁଙ୍କ ସୁରକ୍ଷାରେ ଏନ୍ଏସ୍ଜି କମାଣ୍ଡୋ ଓ ପୋଲିସ କର୍ମୀ ମୁତୟନ ହୋଇଛନ୍ତି । ଏଥିରେ ତାଙ୍କର ନିଜସ୍ୱ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି, ଯିଏକି ଜଣେ ପୂର୍ବତନ ପାରାମିଲିଟ୍ରି ଯବାନ । ସଲ୍ଲୁଙ୍କ ବଡିଗାର୍ଡ ଶେରାଙ୍କ ଟିମ୍ ମଧ୍ୟ ତାଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।
ହାଇଦ୍ରାବାଦ ଓ ମୁମ୍ବାଇ ପୁଲିସ ତରଫରୁ ବି ସଲ୍ଲୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ସଲ୍ଲୁ ୨୪ ଘଣ୍ଟା ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ରହୁଛନ୍ତି । ଏଆର ମୁରୁଗଡସଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିକନ୍ଦର୍'ର ଟିମ୍ ସଲ୍ଲୁଙ୍କ ସୁରକ୍ଷା ସହ କୌଣସି ସାଲିସ କରିବାକୁ ଚାହୁଁନାହିଁ । ସେଥିପାଇଁ ହାଇଦ୍ରାବାଦରେ ସୁଟିଂ ସମୟରେ ତାଙ୍କ ସୁରକ୍ଷା ଲାଗି କଡ଼ା ପଦକ୍ଷେପ ନେଇଛି ।
ସଲମାନ ଖାନ ‘ଓ୍ବାଇ ପ୍ଲସ’ ବର୍ଗର ସୁରକ୍ଷାକୁ ଉପଭୋଗ କରୁଥିବାରୁ ସୁରକ୍ଷାକୁ କଡାକଡି କରାଯାଇଛି। ପୋଲିସ ଅଧିକ ଅପଡେଟ ଦେବାକୁ ମନା କରିଥିବାବେଳେ ରିପୋର୍ଟରେ ଦର୍ଶାଯାଇଛି ଯେ ସରକାରୀ ସୁରକ୍ଷା ବ୍ୟତୀତ ସଲମାନ ଖାନଙ୍କର ନିଜର ସୁରକ୍ଷା ରହିଛି।
Powered by Froala Editor