ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ, ୭ ମାଫିଆ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ଏକ ବଡ଼ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ୭ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଏକ ଦାମୀ କାର, ଦୁଇଟି ବାଇକ, ନଗଦ ୮୧ ହଜାର ଟଙ୍କା ସହ ଦୁଇ କୁଇଣ୍ଟାଲ ଗଞ୍ଜେଇ କୁ ଜବତ କରିଛି। ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥନା ସାଡୀଙ୍ଗିଆ ଅଞ୍ଚଳରୁ ଏକ କାରରେ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଏବଂ ଦୀପକ କୁମାର ରାଉତଙ୍କ ନେତୃତ୍ୱ ରେ ଏକ ଟିମ ଫିରିଙ୍ଗିଆ ଥାନା ମାସରୀପଡା ଠାରୁ ନୂଆପଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟେଟେକାପଦର ଛକ ନିକଟରେ କାର ଟିକୁ ପିଛା କରିଥିଲେ। ଏବଂ ଧରିବାରେ ସଫଳ ହୋଇଥିଲେ। ତେବେ ଗିରଫ ମାଫିଆ ମାନଙ୍କ ମଧ୍ୟରେ କାରର ଡ୍ରାଇଭର ଜଣକ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ରତିଙ୍ଗିଆ ଗାଁ ର ଗାଁଭାସ୍କର ନାଏକ ବୋଲି ଜଣାପଡିଛି। ଅନ୍ୟ ଛଅ ଜଣକ ମଧ୍ୟରୁ ଚାରିଜଣ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଲିଙ୍ଗାଗଡ଼ ଗାଁ ର ଏଭେଲ ରଣା,ଯୁଗଳ ରଣା,ଲଷ୍ମୀକାନ୍ତ ରଣା ଓ ଟୁକୁନା ପାତ୍ର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ସେହି ଘଣ୍ଟାପଡ଼ା ଥାନା ସିଲେଟପଡ଼ା ଗାଁ ର ପ୍ରବୀଣ ସାହା ବୋଲି ଜଣାପଡିଛି। ଦୀର୍ଘଦିନରୁ ଏମାନେ ଗଞ୍ଜେଇ କାରବାର କରିଆସୁଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor