ଛାତ୍ରଙ୍କୁ ଆକ୍ରମଣ ଘଟଣା, ଜଣେ ଗିରଫ

ଗୋପାଳପୁର: ଗୋପାଳପୁର କଲେଜର ଯୁକ୍ତ ୩ ବିଜ୍ଞାନ ଛାତ୍ର ବି. ତାତାରାଓଙ୍କୁ ଆକ୍ରମଣ ଘଟଣା । ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ନାବାଳକ ଜଣକ ସାଇବାବା ସାହୁ ବୋଲି ଜଣାପଡିଛି। ଶନିବାର ନୂଆ ବକ୍ସିପଲ୍ଲୀର ତାତାରାଓ ଗୋପାଳପୁର କଲେଜରୁ ପରୀକ୍ଷା ଦେଇ ଫେରୁଥିଲେ। ଏହି ସମୟରେ କଲେଜ ନିକଟରେ କିଛି ଦୁବୁର୍ତ୍ତ ଏକ ବାଇକରେ ଆସି ତାଙ୍କୁ ଚେନ, ଲୁହା ରଡ଼, ମାଛ କଟା କାତିରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏ ନେଇ ସେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନାବାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor