ମା’ ଆକାଉଂଟରୁ ୩ ଲକ୍ଷ ନେଇଗଲା ପୁଅ

ରାୟପୁର: ଛତିଶଗଡ଼ କାଙ୍କେର ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ସାଇବର ଠକେଇର ଶିକାର ହୋଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ । ତାଙ୍କ ଆକାଉଣ୍ଟରୁ ୩.୨ ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । କିନ୍ତୁ ଶେଷରେ ତାଙ୍କ ସାମ୍ନାକୁ ଯେଉଁ ସତ୍ୟ ଆସିଲା ତାହା ସେ ବିଶ୍ୱାସ କରିପାରିଲେନି । ପ୍ରକୃତରେ ସେ କୌଣସି ସାଇବର ଠକେଇର ଶିକାର ହୋଇନଥିଲେ । ତାଙ୍କ ନିଜ ପୁଅ ଅନଲାଇନ ଗେମ ପାଇଁ କିଛି ଅସ୍ତ୍ର କିଣିବାକୁ ତାଙ୍କ ଆକାଉଣ୍ଟରୁ ୩.୨ ଲକ୍ଷ ଟଙ୍କା ଗାଏବ କରିଥିଲା । ପ୍ରାୟ ୩ ମାସ ଧରି ଉକ୍ତ ଶିକ୍ଷୟିତ୍ରୀଙ୍କ ପୁଅ ତାଙ୍କ ଫୋନରୁ ୨୭୮ ଥର କାରବାର କରିଥିଲା । ଏହା ଜଣାପଡ଼ିନଥିଲା କାରଣ ଏଥିପାଇଁ କୌଣସି ଓଟିପି ଦରକାର ହେଉନଥିଲା । ସତ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ପୁଅକୁ ପୁଲିସ ଜେରା କରିଛି । ଜେରାରୁ ଜଣାପଡ଼ିଛି ଯେ, ତାଙ୍କ ଗ୍ରୁପରେ ଅନ୍ୟ ୨ ଜଣ ମଧ୍ୟ ଅଛନ୍ତି । ସେମାନେ ଲକ୍ଷାଧିକ ଟଙ୍କାସର ଅସ୍ତ୍ର କିଣିଛନ୍ତି ବୋଲି ସନେ୍ଦହ କରାଯାଉଛି ।
Powered by Froala Editor