ଆଇଏଏସ୍ସ୍ତରରେ ଅଦଳବଦଳ : ଖାଦ୍ୟ ଯୋଗାଣ ସଚିବ ପଦରୁ ହଟିଲେ ବୀର ବିକ୍ରମ ଯାଦବ

ଆଇଏଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ ସଚିବ ପଦରୁ ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିଭଳି କ୍ରୀଡ଼ା ସଚିବ ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଗିରିଶ ଏସ୍ଏନ୍ଙ୍କୁ ପଞ୍ଚାୟତିରାଜ ଦାୟିତ୍ୱ ମିଳିଛି। ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗ ଦାୟିତ୍ୱ ମିଳିଛି। ଏଥିସହ ତାଙ୍କୁ ଅବକାରୀ କମିଶନର ସଚିବ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସେହିପରି ସୁଶୀଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ସରକାର ଅବକାରୀ ବିଭାଗ କାଢ଼ି ନେଇଛନ୍ତି।
Powered by Froala Editor