କରୋନା ମୃତକଙ୍କୁ କ୍ଷତିପୂରଣ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସବୁଠି ହଇଚଇ ସୃଷ୍ଟି କରିଥିବାବେଳେ ଆଗକୁ ଆସୁଛି ତୃତୀୟ ଲହର । ପ୍ରଥମ ଓ ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କାହା ପରିବାରକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିବା ବେଳେ ତ କାହାକୁ ଅନାଥ କରିଦେଇଛି କରୋନା । ତେବେ ଏହା ଭିତରେ କରୋନା ମୃତକଙ୍କୁ କ୍ଷତିପୂରଣ ଦେବାକୁ ଦେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନୁକମ୍ପା ରାଶି ଦେବାକୁ ସୁପି୍ରମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ନିଦେ୍ର୍ଧଶ ଦେଇଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବାକୁ ଦେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କେତେ ଟଙ୍କା ଓ କିଭଳି ଦେବ ସେ ନେଇ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ସୁପ୍ରିମକୋର୍ଟ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । କ୍ଷତିପୂରଣ ଦେବା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ୬ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor