ମାଓ ମୁକାବିଲା ସମ୍ପର୍କରେ ତାଲିମ ନେବେ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ବର: ମାଓ ମୁକାବିଲା ପାଇଁ ସାରଥୀ ସାଜିବେ କଲେଜ ଛାତ୍ରଛାତ୍ରୀ । ଦୀର୍ଘ କିଛି ବର୍ଷ ଧରି ରାଜ୍ୟରେ ମାଓବାଦୀଙ୍କ କାର୍ୟ୍ୟକଳାପ ସାମାନ୍ୟ ହ୍ରାସ ପାଇଛି ହେଲେ ଅନେକ ସମୟରେ ମଧ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ କଲେଜସ୍ତରରୁ ଛାତ୍ରଛାତ୍ରୀଙ୍କୁ ମାଓ ମୁକାବିଲା ସମ୍ପର୍କରେ ତାଲିମ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ । କଳାହାଣ୍ଡି,କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ରହିଛି । ଏହି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ତାଲିମ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ତାଲିମ କରିବା ନେଇ ମଧ୍ୟ ବ୍ୟବସ୍ଥା କରାଯିବ । ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ହେବ ଚୟନ। ଏକ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯିବ । କେଉଁ ସଂସ୍ଥା ପରୀକ୍ଷା କରି ଛାତ୍ରଛାତ୍ରୀଙ୍କୁ ଚୟନ କରିବ ତାହାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଓ ଏନ୍ସିସି ନିର୍ଦ୍ଦେଶାଳୟ ସ୍ଥିର କରିବ । ତାଲିମଧାରୀଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ଓ ସ୍କୁଲରେ ରହିବା ଏବଂ ଖାଇବା ବ୍ୟବସ୍ଥା ହେବ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଲିମ କାର୍ୟ୍ୟରେ ନିୟୋଜିତ କରାଯାଇପାରେ । ଜାନୁଆରୀ ମାସରୁ ଏହି ତାଲିମ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି,"ମାଓବାଦୀ କାର୍ୟ୍ୟକଳାପ ହେଉଥିବା ଜିଲ୍ଲାଗୁଡ଼ିକରେ ଏହି ତାଲିମ ଦିଆଯିବ । ପିଲାମାନେ ତାଲିମ ନେବା ପରେ ସିଧାସଳଖ କୌଣସି ସ୍ଥାନରେ ମାଓବାଦୀଙ୍କ ସହ ମୁକାବିଲା କରିବେ ନାହିଁ । ସେମାନେ ମାଓ ଅଞ୍ଚଳରେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ । ତାଲିମ ନେବା ପରେ ନିଜ ପଡ଼ୋଶୀ, ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ତାଲିମ ଦେଇପାରିବେ । ଫଳରେ ମାଓ ମୁକାବିଲା ରାଜ୍ୟରେ ଅଧିକ ସୁଦୃଢ଼ ହୋଇପାରିବ । ପାଠ୍ୟକ୍ରମରେ ଏନ୍ସିସିକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ।ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି," ମାଓପ୍ରବଣ ଅଞ୍ଚଳରେ ଗୁଡିକରେ ଆତ୍ମରକ୍ଷା ଏବଂ ପ୍ରତିରକ୍ଷା ବିଭାଗର ବିଭିନ୍ନ ଚାକିରି ଗୁଡିକରେ ଓଡ଼ିଶାର ପିଲାମାନେ କିଭଳି ଭଲ କରିବେ ସେ ସମ୍ପର୍କରେ ତାଙ୍କୁ ପ୍ରସ୍ତୁତି କରାଯିବ । ସେମାନେ ସେହି ଅଞ୍ଚଳରେ ସେହି ପରୀକ୍ଷାରେ ଭଲ କରିବେ । କେନ୍ଦ୍ର ଗୃହ ବିଭାଗ ଦ୍ଵାରା ଯେଉଁ ଚିଠି ଜାରି କରାଯାଇଥିଲା ଉଚ୍ଚଶିକ୍ଷା ବିଭାଗ ତାହାକୁ କାର୍ୟ୍ୟକାରୀ କରିବ । ଏହାପରେ ଅନ୍ୟ ଜିଲ୍ଲା ଗୁଡିକରେ ସାମରିକ କଳାକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ ଚିନ୍ତା କରାଯାଉଛି । ପ୍ରଥମେ ୭ଟି ଜିଲ୍ଲାରେ କାର୍ୟ୍ୟକାରୀ ହେବ ।
Powered by Froala Editor