ବିଜେଡି ସରକାର ଉପରେ ପୁଣି ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁବାର ପୁଣି ପୂର୍ବରୁ ଥିବା ବିଜେଡି ସରକାର ଉପରେ ବର୍ଷିଛନ୍ତି । ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାର ବିରୋଧରେ ପ୍ରବଳ ବର୍ଷିଛନ୍ତି ।
ସେ କହିଛନ୍ତି ଯେ ଗତ ୨୪ ବର୍ଷ ମଧ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି, କିନ୍ତୁ ଦଣ୍ଡବିଧାନ କମ । ଏନସିଆରବି ରିପୋର୍ଟ ଆଧାରରେ ଦଣ୍ଡବିଧାନ ହାର ୯.୩ ପ୍ରତିଶତ, ଯାହା ଲଜ୍ଜାଜନକ । ୨୪ ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ସେ ଏକଥା ଜାଣିପାରୁନଥିଲେ, କିନ୍ତୁ ମହିଳା ସଶକ୍ତୀକରଣ କଥା କହୁଥିଲେ । ଖାମଖିଆଲି ତଦନ୍ତ ଓ ଚାପ ପଡ଼ÿିଲେ ମାମଲା ନହେବା ବଡ଼ କାରଣ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦଣ୍ଡବିଧାନ ଏତେ କମ । ତେବେ ମହିଳା ବିରୋଧୀ ମାମଲା ପାଇଁ ଆବଶ୍ୟକ ପଡ଼ିଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି ।
Powered by Froala Editor