Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ...

  • ମାତାପିତା ହେବେ କଟ୍ରିନା-ବିକି କୌଶଲ

  • ବନତାରାକୁ କ୍ଲିନ୍ ଚିଟ୍

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା ...

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

ରାଜ୍ୟ
Home ›› ରାଜ୍ୟ ››ଖୁବ୍ ଶୀଘ୍ର ଆରମ୍ଭ ହେବ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଖୁବ୍ ଶୀଘ୍ର ଆରମ୍ଭ ହେବ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

2024-11-06 13:45:15
13549
Share:
Facebook
Twitter
E-Mail
WhatsApp
Telegram
ଖୁବ୍ ଶୀଘ୍ର ଆରମ୍ଭ ହେବ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର : ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

ଭୁବନେଶ୍ବର ଜୟଦେବ ଭବନ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି। ଆମ ଏହି ବିଭାଗର କର୍ମଚାରୀ ମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ। ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା। ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି। କୃଷି ଓ ପଶୁ ପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁ ପାଳନ କ୍ଷେତ୍ରକୁ ବ୍ୟାପକ ଭାବେ ଆସିବେ ଏବଂ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣ ମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣ ମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି। ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆପଣ ମାନେ ଜଣେ ଜଣେ ପ୍ରାଣୀ ସେବକ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷ ଧାଡିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଆପଣମାନଙ୍କର ବଳିଷ୍ଠ ଯୋଗଦାନ ରହିଛି। ୨୦୩୬ ବିକଶିତ ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ଆପଣ ମାନେ। ଆମର ଏହି ବିକଶିତ ଓଡିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାମ କରିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ।

ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଭାପତି ଶ୍ରୀ ଉପେନ୍ଦ୍ର ନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Chief Minister Mohan Charan Majhi

Related articles Odisha News Lens 4.1

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ
    ଦେଶ-ଦେଶାନ୍ତର

    ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15407
    Sep 15, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ
    ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14565
    Sep 15, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15178
    Sep 14, 2025
  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ
    ବିଶେଷ

    ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13454
    Sep 16, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13549
    Sep 16, 2025
  • ବନତାରାକୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    ବନତାରାକୁ କ୍ଲିନ୍ ଚିଟ୍

    14211
    Sep 15, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15697
    Sep 15, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14481
    Sep 15, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13774
    Sep 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15178
    Sep 14, 2025
  • ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14565
    Sep 15, 2025
  • ମନୋରଞ୍ଜନ

    ମାତାପିତା ହେବେ କଟ୍ରିନା-ବିକି କୌଶଲ

    14908
    Sep 15, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16730
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16830
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17189
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15646
    Apr 03, 2021

ବିଶେଷ

  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13454
    Sep 16, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13549
    Sep 16, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14565
    Sep 15, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13777
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14526
    Sep 11, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14917
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14336
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15572
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15234
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15407
    Sep 15, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15178
    Sep 14, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14565
    Sep 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In