୫ କୋଟି ଦିଅ, ମନ୍ଦିରରେ ଆସି କ୍ଷମା ମାଗ
ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ସଲମାନ ଖାନ ବାରମ୍ଵାର ହତ୍ୟା ଧମକ ମିଳୁଛି। ଏଭଳି ପରିସ୍ଥିତିରେ, ଏହାକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ହେଲେ ଏହାରି ମଧ୍ୟରେ ସଲମାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି।
ଏହି ଧମକରେ ୫ କୋଟି ଦିଅ ଏବଂ ମନ୍ଦିରକୁ ଆସି କ୍ଷମା ପ୍ରାର୍ଥନା କର। ଏହି ଧମକ ନିର୍ମାତା ସଲମାନ ଖାନଙ୍କୁ ୫ କୋଟି ଟଙ୍କା ଦାବି ସହିତ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କହିଛନ୍ତି। ବର୍ତ୍ତମାନ ୱର୍ଲି ପୋଲିସ ଏହି ଘଟଣାର ତଦନ୍ତ କରୁଛି।
କିଛି ଦିନ ପୂର୍ବରୁ ସଲମାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକି ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟରେ ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କୁ ୧୨ ଅକ୍ଟୋବରରେ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ଦାୟିତ୍ୱ ଗ୍ରହଣ କରିଥିଲେ । କୁହାଯାଇଥିଲା ଯେ ସଲମାନଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ସେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଟାର୍ଗେଟରେ ସେ ଆସିଥିଲେ । ତେବେ ହତ୍ୟା ମାମଲାର ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ ଯେ ଲରେନ୍ସ ଗ୍ୟାଙ୍ଗ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି। ଏହି ମାମଲା ଏକ କଳା ହରିଣର ହତ୍ୟା ସହିତ ଜଡିତ। ଯେଉଁଥିରେ ବିଷ୍ଣୋଇ ଗ୍ୟାଙ୍ଗ କହିଛନ୍ତି ଯେ ସଲମାନ କଳା ହରିଣ ହତ୍ୟା କରିଥିବାରୁ ସେମାନଙ୍କ ସମାଜକୁ କ୍ଷମା ମାଗିବା ଉଚିତ, ନଚେତ୍ ସେମାନେ ତାଙ୍କୁ ହତ୍ୟା କରିବେ।
Powered by Froala Editor