ଦିଲ୍ଲୀ ପୁଣି ଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହର, ୪୦୦ ଅତିକ୍ରମ କଲା ଏକ୍ୟୁଆଇ
ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସୋମବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଥିବାର ରେକର୍ଡ ହୋଇଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସହରର ବିଭିନ୍ନ ସ୍ଥାନରେ ୪୦୦ ଅତିକ୍ରମ କରିଛି।
ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ ମଧ୍ୟ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚତ୍ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ତଥ୍ୟ ଅନୁଯାୟୀ, ଆନନ୍ଦ ବିହାରରେ (୪୩୩), ୱାଜିରପୁର (୪୧୪), ଜାହାଙ୍ଗୀରପୁରୀରେ (୪୧୩), ରୋହିଣୀରେ (୪୦୯) ରେକର୍ଡ ହୋଇଥିବା ବେଳେ ପଞ୍ଜାବୀ ବାଗ ସମେତ ଏକାଧିକ ମନିଟରିଂ ଷ୍ଟେସନରେ ସକାଳ ୭ଟା ସୁଦ୍ଧା ଏକ୍ୟୁଆଇ ୪୦୦ ପାର୍ ହୋଇଛି। ଏକ ସର୍ଭେରୁ ବାୟୁ ପ୍ରଦୂଷଣ ହେତୁ ୬୯ ପ୍ରତିଶତ ଲୋକ ବିଭିନ୍ନ ରୋଗର ଶିକାର ହେଉଥିବାର ଦେଖିବାକୁ ମିଳିଛି।
ଦୀପାବଳି ବାଣ ଫୁଟା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ଖରାପ ହୋଇ ଯାଇଛି । ଏହାସହ ପଡ଼ୋଶୀ ହରିୟାଣା ପଂଜାବ ସୀମାରେ ଚାଷୀମାନେ ନଡ଼ା ଜାଳିବା ଦ୍ବାରା ଏହାର ପ୍ରଭାବ ଦିଲ୍ଲୀ ବାୟୁରେ ପଡୁଛି ।
Powered by Froala Editor