ବିବାଦରେ ରୂପାଲି, ଭାଇରାଲ ହେଉଛି ସାବତ ଝିଅର ପୋଷ୍ଟ
ଅନୁପମା ଧାରାବାହିକରେ ଅନୁପମା ଚରିତ୍ର କରି ଲୋକପ୍ରିୟ ହୋଇଥିବା ରୂପାଲି ଗାଙ୍ଗୁଲି ଏବେ ବିବାଦରେ। ସୁଦର୍ଶନ ପାଣ୍ଡେ, ମାଦଲସା ଶର୍ମା, ପରାସ କଲନୱାତ ଏବଂ ନିଧି ଶାହାଙ୍କ ସମେତ ଅନେକ ତାରକା ହଠାତ୍ ସୋ ଛାଡିଥିଲେ। ଯାହା ପଛରେ ରୂପାଲି ଦାୟୀ ବୋଲି କୁହାଯାଇଥିଲା।
ବର୍ତ୍ତମାନ ତାଙ୍କ ସାବତ ଝିଅ ଇଶା ବର୍ମା ତାଙ୍କୁ ହତ୍ୟା କରିବାର ଧମକ ଦେବା ସହିତ ଅନେକ ଗୁରୁତର ଅଭିଯୋଗ ଆଣିଛି। କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କୁ ନିଷ୍ଠୁର ଏବଂ ଶସ୍ତା ମଧ୍ୟ କୁହାଯାଇଛି।
ଇଶା ବର୍ମା କିଏ?
ରୂପାଲି, ଅଶ୍ବିନ କେ ବର୍ମାଙ୍କୁ ବିବାହ କରିଛନ୍ତି। ଏହା ଅଶ୍ବିନଙ୍କ ତୃତୀୟ ବିବାହ। ତେବେ ଅଶ୍ବିନଙ୍କ ଦ୍ବିତୀୟ ବିବାହ ଭାଙ୍ଗି ତାଙ୍କୁ ରୂପାଲି ବିବାହ କରିଥିଲେ ବୋଲି ଦାବି କରିଥିଲେ ସାବତ ଝିଅ ଈଶା ବର୍ମା, ଯାହା ଏବେ ପୁଣି ଭାଇରାଲ ହେଉଛି।
୨୦୨୦ରେ ଈଶା ଦାବି କରିଥିଲେ ଯେ, ରୂପାଲି ଗାଙ୍ଗୁଲିଙ୍କ ଅସଲ କାହାଣୀ କେହି ଜାଣନ୍ତି କି? ସେ ମୋ ବାପା ଅଶ୍ୱିନ କେ ବର୍ମାଙ୍କ ସହ ୧୨ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ। ଆମେ ସେତେବେଳେ ଛୋଟ ଥିଲୁ ବୋଲି କିଛି କରିପାରିନଥିଲେ। ମୋ ବାପା ଆମ କଥା କି ଆମ ମା’ଙ୍କ କଥା ନଭାବି ରୂପାଲିଙ୍କ ସହ ସମୟ ବିତାଉଥିଲେ। ବାପା ମୁମ୍ବାଇ ଆସିବା ପୂର୍ବରୁ ୧୩-୧୪ ବର୍ଷ ପର୍ଯ୍ୟନ୍ତ ନ୍ୟୁ ଜର୍ସି ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। ହେଲେ ରୂପାଲିଙ୍କ ପାଇଁ ସେ ଆମକୁ ଛାଡ଼ି ମୁମ୍ବାଇ ଆସିଥିଲେ। ତାଙ୍କ ପାଇଁ ଆମ ଘର ଭାଙ୍ଗିଗଲା। ଯେତେବେଳେ ବି ମୁଁ ମୋ ବାପାଙ୍କ ସହ କଥା ହେବାକୁ ଚେଷ୍ଟା କରେ, ସେ ପାଟି କରିବା ଆରମ୍ଭ କରନ୍ତି ଓ ଆମକୁ ହତ୍ୟା ଧମକ ଦିଅନ୍ତି।"
ଈଶାଙ୍କ ଆରୋପ ପରେ ଅଶ୍ବିନ ୨୦୨୦ରେ ସ୍ପଷ୍ଟ କରିଥିଲେ ଯେ, ଈଶା ଯାହା କହିଛନ୍ତି ତାହା ମିଛ। ଛାଡ଼ପତ୍ରକୁ ଗ୍ରହଣ ନକରିପାରି ସେ ଏଭଳି କରିଛନ୍ତି। ଅନ୍ୟପକ୍ଷରେ ଈଶାଙ୍କ ଏଭଳି ଆରୋପ ଉପରେ ମଧ୍ୟ ରୂପାଲି କିଛି କହିନାହାନ୍ତି।
Powered by Froala Editor