Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ...

  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ...

  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ...

  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ...

  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ...

  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

ଖେଳ ଖବର
Home ›› ଖେଳ ଖବର ››ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

2024-11-03 15:14:02
20227
Share:
Facebook
Twitter
E-Mail
WhatsApp
Telegram
ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

ଭୁବନେଶ୍ୱର : ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ) ଶୁଭାରମ୍ଭ ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଏକାଧିକ ସହରରେ ହେବାକୁ ଥିବା ଏହି ଟାଲେଣ୍ଟ ହଣ୍ଟ୍ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ଆରମ୍ଭ ହେବ ଏବଂ ଏହା ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟ ଖେଳାଳିଙ୍କ ଚିହ୍ନଟ ଓ ପରିପୋଷଣ କରିବା ଲକ୍ଷ୍ୟ ରଖିଛି । ଏହି ଅନୁସନ୍ଧାନ ପ୍ରକ୍ରିୟା ପାଟନା, ସିଲିଗୁଡି ଏବଂ କୋଲକାତା ସମେତ ପୂର୍ବ ଭାରତର ବୃହତ ସହରଗୁଡିକୁ ମଧ୍ୟ ପରିବ୍ୟାପ୍ତ କରାଯିବ ଏବଂ ବିଶ୍ୱ ଶ୍ରେଣୀର ତାଲିମ ଜରିଆରେ ଆକାଙ୍କ୍ଷୀ ଖେଳାଳିମାନଙ୍କୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ସୁଯୋଗ ଯୋଗାଇ ଦିଆଯିବ । 

ଓଡ଼ିଶା ନିମନ୍ତେ ଟାଲେଣ୍ଟ ଖୋଜିବ କାର୍ଯ୍ୟ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ବିଜେବି ହାଇସ୍କୁଲ ପଡିଆରେ ଆୟୋଜିତ ହେବାକୁ ଯାଉଛି । ଏହି ଏକ ଦିବସୀୟ ଟ୍ରାଏଲ ଉକ୍ତ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ଶ୍ରୀ ବିଶାଲ ଭାଟିଆ (ବିସିସିଆଇ ଲେବଲ ୧ ପ୍ରମାଣିକୃତ କୋଚ ଏବଂ ହେଡ କୋଚ- ଯୁବରାଜ  ସିଂ ସେଣ୍ଟର ଅଫ ଏକ୍ସଲେନ୍ସ) ଏବଂ ଶ୍ରୀ ସତ୍ୟେନ୍ଦ୍ର ସିଂ (ବିସିସିଆଇ ଲେବଲ ୨ ପ୍ରମାଣିକୃତ କୋଚ ଏବଂ ହେଡ କୋଚ ୱାଇଏସ୍ସିଇ ଏଟିପି, କୋଲକାତା)ଙ୍କ ଦ୍ୱାରା ପରିଚାଳିତ ହେବ । 

ଓଡ଼ିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର ଆକାଙ୍କ୍ଷୀ କ୍ରିକେଟ ଖେଳାଳିମାନେ ଏଥିରେ ଯୋଗଦେବା ଏବଂ ୱାଇଏସ୍ସିଇ କୋଚମାନଙ୍କ ଦ୍ୱାରା ମନୋନ୍ଥଚ୍ଛ ହେବାର ସୁଯୋଗ ଲାଭ କରିବାକୁ ସ୍ୱାଗତ କରାଯାଉଛି । ମନୋନୀତ ଅଂଶଗ୍ରହଣକାରୀଙ୍କୁ ୱାଇଏସ୍ସିଇର ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ପୂର୍ଣ୍ଣାଙ୍ଗ ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାରେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସର ମର୍ଲିନ ରାଇଜ, କ୍ଲବ ପାଭିଲିଅନରେ ଅନୁଷ୍ଠିତ ହେବାକୁ ଯାଉଛି ।

କ୍ରିକେଟର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଯୁବରାଜ ସିଂଙ୍କ ଦ୍ୱାରା ସ୍ଥାପିତ ୱାଇଏସ୍ସିଇ ପୂର୍ଣ୍ଣାଙ୍ଗ କ୍ରିକେଟ ତାଲିମ ଏବଂ ବିକାଶ ସୁଯୋଗ ଯୋଗାଇଦେବାରେ ଉଦାହରଣ ସୃଷ୍ଟି କରିଛି । ଏହି ପ୍ରତିଭା ମନୋନୟନରୁ ବଛାଯାଉଥିବା ଖେଳାଳିମାନଙ୍କୁ ୱାଇଏସ୍ସିଇ ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ୧୦୦% ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅବସ୍ଥିତ । ଏହି ବୃତ୍ତି ଏହା ସୁନିଶ୍ଚିତ କରୁଛି ଯେ ପୂର୍ବ ଭାରତର ଯୋଗ୍ୟ ଖେଳାଳିମାନେ ସେମାନଙ୍କର ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଅତ୍ୟନ୍ତ ଉଚ୍ଚ ମାନର କୋଚିଂ ସୁବିଧାର ସୁଯୋଗ ଲାଭ କରିପାରିବେ । 

ପୂର୍ବ ଭାରତର ୧୦ରୁ ୧୯ ବର୍ଷ ବୟସର ଯୁବ କ୍ରିକେଟ ଖେଳାଳିକଙ୍କ ନିମନ୍ତେ ସମ୍ପ୍ରତି ପଞ୍ଜିକରଣ ଉନ୍ମୁକ୍ତ ରହିଛି । ଖେଳାଳିମାନେ ପ୍ରତିଭା ଅନ୍ୱେଷଣ ନିମନ୍ତେ http://ysce.clubpavilion.com ରେ ପଞ୍ଜିକରଣ କରିପାରିବେ । ସ୍ଥାନ ସୀମିତ ହୋଇଥିବାରୁ ଶୀଘ୍ର ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଉଛି ।

ଯୁବରାଜ ସିଂ ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭା ଆବିଷ୍କାର କରିବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି: “ପୂର୍ବ ଭାରତ ସମେତ ଭାରତର ସମସ୍ତ ଭାଗରେ କ୍ରିକେଟ ସର୍ବଦା ଗଭୀର ଆକର୍ଷଣ ହୋଇ ରହିଆସିଛି, ଯେଉଁ ଅଞ୍ଚଳ ଅନେକ ପ୍ରତିଭାଧର ଖେଳାଳିଙ୍କୁ ସୃଷ୍ଟି କରିଛି । ଏହି ପ୍ରତିଭା ଅନ୍ୱେଷଣ ସହିତ ଆମର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳର ଆକାଙ୍କ୍ଷୀ କ୍ରିକେଟ ଖେଳାଳିଙ୍କୁ ସେହିଭଳି ଏକ ପ୍ଲାଟଫର୍ମ ଯୋଗାଇଦେବା ଯେଉଁଠାରେ ସେମାନେ ସେମାନଙ୍କର କୋଶଳତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କର ସ୍ୱପ୍ନ ସାକାର କରିବେ । ୱାଇଏସ୍ସିଇରେ ଆମେ ଯୁବ ଖେଳାଳିମାନଙ୍କୁ ସେମାନେ ସେମାନଙ୍କ ଖେଳ ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ଆବଶ୍ୟକ କରୁଥିବା ସାଧନ ଓ ତାଲିମ ଯୋଗାଇଦେବା ଲକ୍ଷ୍ୟ ରଖିଛୁ । ପୂର୍ବ ଭାରତରୁ ସୃଷ୍ଟି ହେଉଥିବା ଏହି ଅନନ୍ୟ ପ୍ରତିଭାମାନଙ୍କୁ ଦେଖିବାକୁ ମୁଁ ବ୍ୟକ୍ତିଗତ ଭାବରେ ଅପେକ୍ଷା ରଖୁଛି ।”

ସକେତ ମୋହତା, ଏମ୍ଡି, ମର୍ଲିନ ଗ୍ରୁପ୍ କହିଛନ୍ତି, “ପୂର୍ବ ଭାରତରେ ମର୍ଲିନ ରାଇଜ, ରାଜାରହାଟ, କୋଲକାତା ଠାରେ କ୍ରିକେଟ ଆଇକନ୍ ଯୁବରାଜ ସିଂଙ୍କ ନେତୃତ୍ୱରେ ପ୍ରଥମ ଏକାଡେମୀ ସ୍ଥାପନ ନିମନ୍ତେ ମର୍ଲିନ ଗ୍ରୁପ୍ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ ସହିତ ସହଭାଗୀତା କରିଛି । ସମଗ୍ର ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କର ପରିପୋଷଣ କରିବା ନିମନ୍ତେ ଆମେ ଏକ ପ୍ରୟାସ ହାତକୁି ନେଇଛୁ । ଓଡ଼ିଶାରେ କ୍ରିକେଟ ପାଇଁ ଦୀର୍ଘକାଳରୁ ଗଭୀର ଭଲପାଇବା ଏବଂ ଆଗ୍ରହ ରହିଛି ଏବଂ ଏହି କ୍ରୀଡା ରାଜ୍ୟର ସାଂସ୍କୃତିକ ରଜ୍ଜୁର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏହି ରାଜ୍ୟ ଅନେକ ପ୍ରତିଭାସମ୍ପନ୍ନ କ୍ରିକେଟ ଖେଳାଳି ସୃଷ୍ଟି କରିଛି ଯେଉଁମାନେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି ଏବଂ ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୋ÷ରବ ଆଣିଦେଇଛନ୍ତି । ଆମେ ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ନେଇ ଭୁବନେଶ୍ୱରରେ ଏକ ସଫଳ ଶିବିର ଆୟୋଜନ ଆଶା ରଖୁଛୁ ଯେଉଁମାନେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସରେ ଉନ୍ନତ ତାଲିମ ଲାଭ କରିବେ । ମର୍ଲିନ ରାଇଜରେ ଆମେ ଯୁବରାଜ ସିଂ ଏବଂ ତାଙ୍କ ଟିମ୍ର ମାର୍ଗଦର୍ଶନରେ କ୍ରିକେଟ ପ୍ରତିଭାମାନଙ୍କୁ ବ୍ୟାପକ ତାଲିମ ପ୍ରଦାନ କାର୍ଯ୍ୟ ଆୟୋଜନ କରିବା ନିମନ୍ତେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ)କୁ ସର୍ବାଧୁନିକ କ୍ରିକେଟ ତାଲିମ ଭିତ୍ତିଭୂମି ଓ ସମର୍ଥନ ଯୋଗାଣ ବ୍ୟବସ୍ଥାର ବିକାଶ କରିଛୁ ।”

Powered by Froala Editor

Tags Yuvraj Singh

Related articles Odisha News Lens 4.1

  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ
    ମନୋରଞ୍ଜନ

    ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

    15406
    Jun 23, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14638
    Jun 23, 2025
  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ
    ଦେଶ-ଦେଶାନ୍ତର

    ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15236
    Jun 23, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15375
    Jun 23, 2025
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...
    ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13834
    Jun 24, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ
    ମନୋରଞ୍ଜନ

    ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14814
    Jun 24, 2025
  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ
    ମନୋରଞ୍ଜନ

    ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ

    14061
    Jun 23, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ
    ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13771
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା
    ବିଶେଷ

    ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15738
    Jun 23, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13771
    Jun 24, 2025
  • ବିଶେଷ

    ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15738
    Jun 23, 2025
  • ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13834
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17013
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15738
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15064
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15935
    Jun 22, 2025
  • ଆଶ୍ଚର୍ଯ୍ୟ: ଲିଟର ପିଛା ଗୋଲାପ ତେଲର ଦାମ୍ ୧୩ ଲକ୍ଷ ଟଙ୍କା

    14526
    Jun 21, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14790
    Jun 19, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14998
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13793
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15064
    Jun 23, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13771
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15738
    Jun 23, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In