ଐଶ୍ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେନି ବଚ୍ଚନ ପରିବାର
ନଭେମ୍ବର ୧ରେ ଐଶ୍ୱର୍ଯ୍ୟା ରାୟ ତାଙ୍କର ୫୧ତମ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀଙ୍କ ଅନେକ ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବଚ୍ଚନ ପରିବାରର କୌଣସି ସଦସ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଆସି ନ ଥିଲା।
ଅଭିଷେକଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଗତବର୍ଷ ଜନ୍ମଦିନରେ ଅଭି ଐଶ୍ୱଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛା ସହ ତାଙ୍କ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ସେ ବହୁ ବିଳମ୍ବରେ କରିଥିଲେ। ସେହିପରି ୫୧ତମ ଜନ୍ମଦିନରେ ବଲିଉଡର ଅଧିକାଂଶ ବଡ଼ ବଡ଼ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇ ନ ଥିଲେ। କେବଳ କାଜୋଲ ଓ ରକୁଲ ପ୍ରୀତ ସିଂହ ସାର୍ବଜନିକ ଭାବରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କହିରଖୁଛୁ କି, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଆଜିକାଲି କେଉଁଠି ଏକାଠି ଦେଖାଯାଉନାହାନ୍ତି। ଐଶ୍ୱର୍ଯ୍ୟା ରାୟ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଏକୁଟିଆ ଆସିଥିଲେ। ଏବେ ଅଭିଷେକ ବଚ୍ଚନ ତାଙ୍କ ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇନାହାନ୍ତି । ଫଳରେ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଫିକାଫିକା ରହିଥିବା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ହେଉଛି।
Powered by Froala Editor