Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ ...

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

  • ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର

  • ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା

  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ...

  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

ରାଜ୍ୟ
Home ›› ରାଜ୍ୟ ››‘ବଲାଙ୍ଗିର ଦିନ୍’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

‘ବଲାଙ୍ଗିର ଦିନ୍’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

2024-11-02 18:27:28
15091
Share:
Facebook
Twitter
E-Mail
WhatsApp
Telegram
‘ବଲାଙ୍ଗିର ଦିନ୍’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍‌ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ। ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ଵକୁ ଜନ୍ମ ଦେଇଛି। ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।    


ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା । ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍‌ ଉତ୍ସବ ପାଳନ କରାଯାଏ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍। କିନ୍ତୁ, ଏକ ସମୃଦ୍ଧ ସଂସ୍କୃତିର ପ୍ରଥମ ସର୍ତ୍ତ ହେଉଛି ଏକ ସମୃଦ୍ଧ ସମାଜ। ଗତ ଚାରିମାସ ତଳେ ଆପଣମାନେ ଯେଉଁ ଆଶା ଓ ଭରଷାରେ ଏକ ନୂତନ ସରକାରଙ୍କୁ ନିର୍ବାଚିତ କରିଛନ୍ତି, “ମୁଁ କଥା ଦେଉଛି ଆପଣମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି। ଏହି ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି।” 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଅଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ବରେ ଓଡିଶା ବିକାଶର ନୂତନ ଶିଖରକୁ ଛୁଇଁବା ଆରମ୍ଭ କରିଛି। ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହିତ ଜନପ୍ରତିନିଧି ମଧ୍ୟ ସମାନ ସରକାରର ଅଂଶ ବିଶେଷ । ତେଣୁ ବିକାଶର ରାଜରାସ୍ତାରେ ଟ୍ରିପଲ ସ୍ପିଡରେ ବିକାଶର ଧାରା ଜାରି ରହିବ। 

ଆଜି ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।


ସେ କହିଥିଲେ ଯେ “ମୁଖ୍ୟମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ଗସ୍ତ ହୋଇପାରେ, କିନ୍ତୁ ମୁଁ ବଲାଙ୍ଗୀରବାସୀଙ୍କୁ କଥା ଦେଉଛି ଯେ ଏହା ମୋର ଶେଷ ଗସ୍ତ ନୁହେଁ, ଏହା ତ ଆୟମାରମ୍ଭ ମାତ୍ର। ଭବିଷ୍ୟତରେ ବଲାଙ୍ଗିରର ବିକାଶ ଯାତ୍ରାରେ ସାମିଲ ହେବାକୁ ମୁଁ ବାରମ୍ବାର ଆପଣଙ୍କ ସହିତ ସାମିଲ ହେବି।”


ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୧୯୪୦ ମସିହାରେ ପାଟନା ରାଜ୍ୟର ଶାସକ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ୱାରା ଐତିହାସିକ ଏହି କୋଶଳ କଳାମଣ୍ଡଳ ପ୍ରତିଷ୍ଠା କରାଯାଇଥିଲା। ଆଜି ଏହି କୋଶଳ କଲା ମଣ୍ଡଲ ପଡିଆ ବଲାଙ୍ଗୀର ଜିଲ୍ଲାର ଐତିହ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ପାଲଟି ଯାଇଛି ବୋଲି ସେ କହିଥିଲେ।

 

ବଲାଙ୍ଗିର ଜିଲ୍ଲାର  ପ୍ରାକୃତିକ ଶୋଭା, ପର୍ଯ୍ୟଟନ ସ୍ଥାନ, ପ୍ରସିଦ୍ଧ ମନ୍ଦିର ଇତ୍ୟାଦି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଣୀପୁର-ଝରିଆଲରେ ଥିବା ଇନ୍ଦ୍ରଲାଠ ମନ୍ଦିର ବୋଧହୁଏ ଦେଶର ଏକମାତ୍ର ଇଟାରେ ନିର୍ମିତ ମନ୍ଦିର ଯାହା ପୂର୍ଣାଙ୍ଗ ଭାବେ ଆଜି ଗର୍ବର ସହିତ ଛିଡା ହୋଇଛି। ଗୋଟିଏ ସ୍ଥାନରେ ଶୈବ, ଶାକ୍ୟ, ବୈଷ୍ଣବ ଏବଂ ଶକ୍ତି ଉପାସନାର ଏକ ବିରଳ ଓ ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳେ ଏଠି। କିନ୍ତୁ, ଏହାର ପର୍ଯ୍ୟଟନ ସ୍ଥଳୀ ଭାବେ ଯେତେ ସୁଯୋଗ ଅଛି, ତାହାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିବାରେ ପୂର୍ବବର୍ତ୍ତୀ ସରକାରମାନେ ବିଫଳ ହୋଇଛନ୍ତି। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମ ସରକାର ଓଡିଶାର ସମସ୍ତ ମହତ୍ବପୂର୍ଣ୍ଣ ଓ ଐତିହାସିକ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କରି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି। ବଲାଙ୍ଗୀର ଜିଲ୍ଲାର ଶ୍ରୀ ହରିଶଙ୍କର ଓ ରାଣିପୁର-ଝରିଆଲକୁ ପ୍ରାଥମିକତା ଦେଇ ଉନ୍ନତି କରଣ କରାଯିବ ବୋଲି ସେ କହିଥିଲେ। 


ନୂଆ ସରକାର ଆସିବା ପରେ ଓଡିଶା ବିକାଶର ରାଜରାସ୍ତାରେ ଦୌଡିବା ଆରମ୍ଭ କରିଦେଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା, ଧାନ କ୍ୟୁଣ୍ଟାଲ ପିଛା ୩୧୦୦ଟଙ୍କା, ଡ୍ରପ ଆଉଟ ରୋକିବା ପାଇଁ ମାଧୋ ସିଂ ଛାତ୍ରବୃତ୍ତି, ଶ୍ରୀମନ୍ଦିରର ଚାରି ଦ୍ଵାରା ଖୋଲାଯିବା, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ଗଣତି ମଣତି କରିବା ପରି କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। 


ସେ କହିଲେ ଯେ ଆମ ସରକାର ଲୋକଙ୍କ ସରକାର। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାହା ୧୩ ବର୍ଷ ଧରି ବନ୍ଦ ପଡି ରହିଥିଲା, ଆଜି ସର୍ବ ସାଧାରଣଙ୍କ ପାଇଁ ଉନ୍ମୁକ୍ତ । ସେ କହିଲେ, “ମୋ ସହ ମୋର ସହଯୋଗୀ ମନ୍ତ୍ରୀଗଣ ଲୋକଙ୍କ ଦୁଃଖ ସୁଖ ବୁଝି ସେ ସବୁର ନିରାକରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଗରୁ ଆପଣମାନେ କେବେ ଦେଖିଥିଲେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନେ ବାତ୍ୟା ସମୟରେ ନିଜେ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି, ଲୋକଙ୍କ ଦୁଃଖ ସୁଖ ପଚାରି ବୁଝି ସେ ସବୁର ସମାଧାନ କରିବା ? ମୁଁ ମୁକ୍ତ କଣ୍ଠରେ ଆଜି କହିପାରିବି ମୁଁ ଏବଂ ମୋ ମନ୍ତ୍ରୀଗଣ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ, ସବୁ ସମୟରେ ଛିଡା ହୋଇଛନ୍ତି, ଏବ ଭବିଷ୍ୟତରେ ମଧ୍ୟ ଛିଡା ହୋଇଥିବେ।”  

      

ବଲାଙ୍ଗୀର ଜିଲ୍ଲାର ବଳିଷ୍ଠ ଏବଂ ସୁନ୍ଦର ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଦେଖିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଆଜି ଏହି ମହାନ ମାଟି କୁ ଆସି ମୁଁ ନିଜକୁ ଧନ୍ୟ ମଣୁଛି ଏବଂ ଏହାର ସେବା ରେ ନିଜକୁ ସାମିଲ କରାଇପାରିଥିବାରୁ ଖୁସି ଅନୁଭୂତ କରୁଛି । 

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ଜିଲ୍ଲାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିବା ସହିତ ନୂଆ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।  

କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଶ୍ରୀ ମୁକେଶ ମହାଲିଙ୍ଗ,  ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,  ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହ ଦେଓ, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗ଼ଡ ବିଧାୟକ ଶ୍ରୀ ନବୀନ ଜୈନ ମହୋଦୟ; ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକି ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    14010
    Sep 14, 2026
  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ
    ଦେଶ-ଦେଶାନ୍ତର

    ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    14918
    Sep 15, 2026
  • ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର
    ଦେଶ-ଦେଶାନ୍ତର

    ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର

    13400
    Sep 15, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13778
    Sep 13, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15206
    Sep 13, 2026
  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    15178
    Sep 14, 2026
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ
    ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13300
    Sep 15, 2026
  • ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା
    ଦେଶ-ଦେଶାନ୍ତର

    ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା

    15480
    Sep 15, 2026
  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14687
    Sep 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15206
    Sep 13, 2026
  • ଦେଶ-ଦେଶାନ୍ତର

    ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର

    13400
    Sep 15, 2026
  • ଦେଶ-ଦେଶାନ୍ତର

    ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    14918
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17094
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17773
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17762
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18166
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14515
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16134
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14668
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13977
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14785
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14311
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14077
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14705
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15041
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15480
    Sep 15, 2026
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13300
    Sep 15, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13778
    Sep 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In