ପରକୀୟା ପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା: ୧୩ ଯାଯାବରଙ୍କୁ ଉଠାଇ ଆଣିଲା ପୁଲିସ
ସୁନ୍ଦରଗଡ: ସୁନ୍ଦରଗଡରେ ପରକୀୟା ପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା । ପୁଲିସ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାଳରୁ ୧୩ଜଣ ଯାଯାବରଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସୂଚନା ଅନୁସାରେ ବୁଧବାର ସୁନ୍ଦରଗଡ ସଦର ଥାନା କରମଡିହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଗୀତାପଡାରେ ଦୁଇ ଯାଜାବର ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଆହତଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରକୀୟା ପ୍ରୀତିରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୧୩ ଜଣ ଯାଯାବରଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି।
Powered by Froala Editor