ଟାଇଗର ରିଜର୍ଭରେ ୪ ହାତୀ ମୃତ, ବିଷାକ୍ତ ପଦାର୍ଥରୁ ମୃତ୍ୟୁ ସନ୍ଦେହ

ଟାଇଗର ରିଜର୍ଭରେ ହାତୀ ମୃତ୍ୟୁ । ଏ ଖବର ଆସିଛି ମଧ୍ୟପ୍ରଦେଶ ବାନ୍ଧବଗଡ ଟାଇଗର ରିଜର୍ଭରୁ । ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ୪ ହାତୀଙ୍କ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ମୃତ ୪ ହାତୀଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।
୧୩ ଟିକିଆ ହାତୀ ପଲରେ ସାମିଲ ଥିବା ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଛି ଯେ ହାତୀମାନେ ହୁଏତ କିଛି ବିଷାକ୍ତ କିମ୍ବା ନାର୍କୋଟିକ୍ ଯୁକ୍ତ ପଦାର୍ଥ ଖାଇଦେଇଛନ୍ତି। ଏକାଧିକ ଡାକ୍ତରୀ ଦଳ ଅସୁସ୍ଥ ଥିବା ୫ ହାତୀଙ୍କର ଚିକିତ୍ସା ଚଳାଇଛନ୍ତି । ବାନ୍ଧବଗଡ ଟାଇଗର ରିଜର୍ଭ ଅଧିକାରୀମାନେ ଏହି ହାତୀପଲର ସୁସ୍ଥ ଥିବା ଅନ୍ୟ ଚାରିଟି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
ଅନ୍ୟପଟେ ଡାକ୍ତରୀ ଦଳ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି।
ଏ ଖବର ଆସିବା ପରେ ଟାଇଗର ରିଜର୍ଭର ଅଧିକାରୀମାନେ ଚିନ୍ତାରେ ପଡିଛନ୍ତି । ଯଦି କିଛି ବିଷାକ୍ତ ପଦାର୍ଥ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟିଥାଏ, ତେବେ ଅନ୍ୟ ପ୍ରାଣୀଙ୍କ ପାଇଁ ପ୍ରାଣଘାତକ ହୋଇପାରେ । ତେଣୁ ବନ କର୍ମଚାରୀ ଏହାର ତଦନ୍ତ କରୁଛନ୍ତି ।
Powered by Froala Editor