ଧନ୍ୱନ୍ତରୀ ଜୟନ୍ତୀରେ ଓଡ଼ିଶାକୁ ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଧନ୍ୱନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧିନରେ ୭୦ ବର୍ଷ ଓ ତା’ଠାରୁ ଅଧିକ ବର୍ଷର ସମସ୍ତ ବୟସ୍କଙ୍କୁ ମିଳିବ ସ୍ୱାସ୍ଥ୍ୟ କଭରେଜ । ଯେ କୌଣସି ଆୟ ବର୍ଗର ବୟସ୍କଙ୍କୁ ପ୍ରତିବର୍ଷ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଏହାଦ୍ୱାରା ଦେଶର ୪.୫ କୋଟି ପରିବାରର କୋଟିରୁ ଅଧିକ ବୟସ୍କ ଉପକୃତ ହେବେ ।
ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସିଂରେ ୧୨୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି। ଏହା ଭିତରେ ରହିଛି ଓଡ଼ିଶାର ୩ଟି ପ୍ରକଳ୍ପ। ଖୋର୍ଦ୍ଧା ବିଞ୍ଝାଗିରିରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗ ସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି। ସେହିପରି ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।
Powered by Froala Editor