ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ଆଉ ୫ ବାଘୁଣୀ

ଭୁବନେଶ୍ବର: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ। ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଲୋକଙ୍କ ସହମତିରେ ଶିମିଳିପାଳରେ ଛଡାଯିବ। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ରହିଥିବା ବେଳେ ବାଘ ବଂଶ ବିସ୍ତାର ପାଇଁ ଆଉ ବାଘ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor