୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତ ଫେରାର
ଯାଜପୁର ବରୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କ ଘର ନିକଟରେ ଥିବା ଜଣେ ପଡୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ବରୀ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ଗତ ୨୩ ତାରିଖରେ ଘଟିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ୍ ଅଭିଯୁକ୍ତକୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ସେପଟେ ନାବାଳିକାଟିକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ , ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଜଣେ ୫୮ ବର୍ଷର ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ରଖାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଗିରଫ କରିପାରି ନାହିଁ। ପୀଡ଼ିତାଙ୍କ ଦାଦାଙ୍କ ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ଘଟିଥିଲା ଏହି ଘଟଣା। ନାବାଳିକାଙ୍କ ଘରଠାରୁ ଅଭିଯୁକ୍ତଙ୍କ ଘର ପ୍ରାୟ ୫୦ ମିଟର ଦୂରତାରେ ଅବସ୍ଥିତ।
Powered by Froala Editor