ରିୟା ଓ ତାଙ୍କ ପରିବାରକୁ ଆଶ୍ୱସ୍ତି : ସିବିଆଇର ଲୁକଆଉଟ ସର୍କୁଲାର ବାତିଲ କଲେ ସୁପ୍ରିମ୍ କୋର୍ଟ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଆଶ୍ୱସ୍ତି ପାଇଛନ୍ତି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବାକୁ ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଦାୟର କରାଯାଇଥିବା ଆବେଦନକୁ ଶୁକ୍ରବାର ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି ।
ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି, ଯେଉଁଥିରେ ସିବିଆଇର ଲୁକଆଉଟ ସର୍କୁଲାର ବାତିଲ କରାଯାଇଥିଲା। ସିବିଆଇ ତାଙ୍କ ଭାଇ ଏବଂ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଲୁକଆଉଟ ସର୍କୁଲାର ଜାରି କରିଥିଲା।
ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ପାଟନାରେ ଏଫଆଇଆର୍ ଦାଖଲ କରିଥିଲେ ସେତେବେଳେ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରାଯାଇଥିଲା। ତେବେ ଲୁକ ଆଉଟ ସର୍କୁଲାରକୁ ବାତିଲ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଅକ୍ଷୁର୍ଣ୍ଣ ରହିବ।
ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ବାପା (ପୂର୍ବତନ ସେନା) ଏବଂ ମା’ (ଆର୍ମି ସ୍କୁଲ୍ ଟିଚର)ଙ୍କ ବିରୋଧରେ ୨୦୨୦ ମସିହାରେ ଏହି ସର୍କୁଲାର ଜାରି କରାଯାଇଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ପାଇଁ ତାଙ୍କ ପରିବାର ପାଟନାରେ ଏତଲା ଦେଇଥିଲେ । ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।
Powered by Froala Editor