ଶଳା କୁ ହତ୍ୟା କଲା ନୃଶଂସ ଭିଣୋଇ

ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଗାଁରେ ହତ୍ୟାକାଣ୍ଡ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଏହି ବିଭର୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ପ୍ରତିଶୋଧ ପରାୟଣ ହୋଇ ଭିଣୋଇ ନିଜ ଶଳାର ତଣ୍ଟିକାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି । ଏପରିକି ଶଳାକୁ ହତ୍ୟା କରୁଥିବା ବେଳେ ଅଭିଯୁକ୍ତ ଭିଣୋଇକୁ ଅଟକାଇବାକୁ ତାଙ୍କ ପୁଅ ଓ ପୁତୁରା ଚେଷ୍ଟା କରିଥିଲେ ମଧ୍ୟ ରକ୍ତମୁଖା ହୋଇଥିବା ଭିଣୋଇ ଆକ୍ରମଣରେ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି । ଖବର ପାଇ ଚନ୍ଦକା ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଭିଣୋଇଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି । ଅନ୍ୟପଟେ ଗୁରୁବାର ଦିନ ସକାଳୁ ସାଇଣ୍ଟିଫିକ୍ ଟିମର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ଓ ହତ୍ୟାରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିଛନ୍ତି ।
Powered by Froala Editor