ଜାନୁଆରି ୩ରୁ ଧନୁଯାତ୍ରା
ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ଏ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳଙ୍କ ଉପସ୍ଥିତିରେ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଜାନୁୟାରୀ ୩ ତାରିଖରେ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପାଇଁ ବରଗଡ଼ ସହରରେ ଧନୁଯାତ୍ରାର କୁମ୍ଭ ଲାଗିବା ନେଇ ନିଷ୍ପତ୍ତି ହୋଇଛି ।ତେବେ ବର୍ତ୍ତମାନ ଏହି ଦିନକୁ କୋଟି କୋଟି ଶ୍ରଦ୍ଦାଳୁ ଅପେକ୍ଷା କରି ରହିଛନ୍ତି ।
୨୦୨୩-୨୪ ଆୟ ବ୍ୟୟ ଖର୍ଚ୍ଚ ବାବଦରେ ଆଲୋଚନା ହୋଇଛି। ଧନୁଯାତ୍ରା କମିଟି ତରଫରୁ ଚଳିତବର୍ଷ ଏହି ଧନୁଯାତ୍ରାକୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ସଦସ୍ୟଙ୍କ ସହ ଆଲୋଚନା ସରିଛି। ସବୁ ବିଭାଗ ସମନ୍ବୟ ରଖି କିଭଳି ଧନୁଯାତ୍ରା ସୂଚାରୁ ରୂପେ ଶେଷ କରାଯିବ ସେନେଇ ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଚଳିତବର୍ଷ ମହାରାଜ କଂସ ଭୂମିକାରେ ହୃଷୀକେଶ ଭୋଇ ଅଭିନୟ କରିବେ।
Powered by Froala Editor