ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ଶହୀଦ
ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଶହୀଦ ଯବାନ ହେଲେ ଅମର ପାନୱାର୍ ଓ କେ. ରାଜେଶ । ବିସ୍ଫୋରଣ ପରେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଶତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିଲେ। ଖାନତଲାସୀ ପରେ ସେଠାରୁ ଫେରିବା ସମୟରେ ମୋହାନ୍ଦି ଗାଁ ନିକଟରେ ଆଇଡି ବିସ୍ଫୋରଣ ଘଟିଥିଲା। ଏଥିରେ ଆଇଟିବିପିର ୨ ଯବାନ ଗୁରୁତର ହୋଇଥିବା ବେଳେ ନାରାୟଣପୁର ଜିଲା ପୋଲିସର ୨ ଜଣ ଯବାନ ଆହତ ହୋଇଥିଲେ। ଗୁରୁତର ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନାରାୟଣପୁରକୁ ହେଲିକପ୍ଟର ଯୋଗେ ନିଆଯାଉଥିବା ବେଳେ ପାଗ ଖରାପ ଯୋଗୁ ଠିକ୍ ସମୟରେ ପହଞ୍ଚିପାରି ନଥିଲା । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ୨ଜଣ ଆହତ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ସେପଟେ, ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
Powered by Froala Editor