ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ନକରି ପାରିବା ସରକାରଙ୍କ ଅପାରଗତା ଅଯୋଗ୍ୟତାକୁ ଦର୍ଶାଉଛି: ଲେଖାଶ୍ରୀ
ଭୁବନେଶ୍ବର: ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତାକୁ କୁଠାର ଘାତ କରାଯାଉଛି । କାର୍ତ୍ତିକ ମାସରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି।ହବିଷ୍ୟାଳିମାନଙ୍କୁ ଯେଉଁ ଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ରାଜ୍ୟ ସରକାର ହବିଷ୍ୟାଳିମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । ହବିଷ୍ୟାଳିଙ୍କ ପାପ ବିଜେପି ସରକାରକୁ ଲାଗିବ। ଦିଲ୍ଲୀ ଓ ନାଗପୁରରେ ହବିଷ୍ୟାଳିଙ୍କବ୍ୟବସ୍ଥା ନ ଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ନ କରି ପାରିବା ସରକାରଙ୍କ ଅପାରଗତା ଅଯୋଗ୍ୟତାକୁ ଦର୍ଶାଉଛି ବୋଲି ବିଜେଡି ମୁଖପାତ୍ରା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ କରିକରାଯାଉ
ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟବରାଦରେ ନିର୍ମାଣ କରିଥିଲ। ଏହା ହବିଷ୍ୟାଳିମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳିମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷିଆଳିଙ୍କୁ ବୃନ୍ଦାବତୀ ନିବାସରେ ରଖାଯାଇଛି । ଅନ୍ୟମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁରେ ଧକା ମରାଯାଉଛି। ମାଆ ମାନେ ଦିନରେ ଖରା ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି। ବିଜେପି ସରକାର କହିବ କିଏ ଧର୍ମ କରିବ କିଏ ନ କରିବ। ଇଏ ଏକ ଉଦ୍ଭଟ ଚିନ୍ତାଧାରା ବୋଲି ବିଜେଡି ମୁଖପାତ୍ରା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି।
Powered by Froala Editor