ଡିଜିପି ୱାଇ ବି ଖୁରାନିଆଙ୍କ ମାଓ ପ୍ରବଣ ଜିଲ୍ଲା ଗସ୍ତ
ବୌଦ୍ଧ: ମାଓ ଗତିବିଧିକୁ ଦମନ କରିବାକୁ ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଡିଜିପି ୱାଇ ବି ଖୁରାନିଆ । ମାଓ ଦମନ ଏବଂ ଆଇନ ଶୃଙ୍ଖଳାକୁ ନେଇ ସମସ୍ତ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହିତ କରିବେ ଆଲୋଚନା ।
ସୂଚନା ମୁତାବକ, ବିଗତ ଦିନରେ ବୌଦ୍ଧ ଜିଲ୍ଲାରେ ବଢିଛି ମାଓବାଦୀଙ୍କ ଉତ୍ପାତ । ସମସ୍ତ ଆଇନକୁ କରୁଛନ୍ତି ଭଙ୍ଗ । ତେଣୁ ମାଓ ଦମନ ଏବଂ ଆଇନ ଶୃଙ୍ଖଳାକୁ ନେଇ ମାଓ ପ୍ରବଣ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଲେ ଡିଜିପି ୱାଇ ବି ଖୁରାନିଆ । ସେଠାରେ ସେ ସମସ୍ତ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରିବେ । ଏହା ପରେ ଏହି ବାବଦରେ କୌଣସି ଦୃଢ ପଦକ୍ଷେପ ନେବେ ।
Powered by Froala Editor