ଫେମିନା ମିସ୍ ଇଣ୍ଡିଆ ବିଜେତା ନିକିତା
ମଧ୍ୟପ୍ରଦେଶର ନିକିତା ପୋରଓ୍ବାଲ ପିନ୍ଧିଛନ୍ତି ଫେମିନା ମିସ୍ ଇଣ୍ଡିଆ-୨୦୨୪ର ବିଜେତା ମୁକୁଟ। ଉଜୈନର ନିକିତାଙ୍କୁ ଫେମିନା ମିସ୍ ଇଣ୍ଡିଆର ଆଖ୍ୟା ମିଳିଛି। ବୁଧବାର ରାତିରେ ମୁମ୍ବାଇର ଓ୍ବର୍ଲିରେ ଆୟୋଜିତ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫାଇନାଲରେ ନିକିତାଙ୍କୁ ବିଜେତା ଘୋଷଣା କରାଯାଇଛି। ଏବେ ସେ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ। ଗତ ବର୍ଷର ବିଜେତା ନନ୍ଦିନୀ ଗୁପ୍ତା ତାଙ୍କୁ ମୁକୁଟ ପିନ୍ଧିଥିବାବେଳେ ନେହା ଧୁପିଆ ତାଙ୍କୁ ମିସ୍ ଇଣ୍ଡିଆ ସ୍ୟାସ୍ ପ୍ରଦାନ କରିଥିଲେ।
ଅପରପକ୍ଷେ, ଦାଦ୍ରା ଏବଂ ନଗର ହାଭେଲି(କେନ୍ଦ୍ର ଶାସିତ ଅଞ୍ଚଳ)ର ରେଖା ପାଣ୍ଡେ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଗୁଜରାଟର ଆୟୁଷୀ ଢୋଲକିଆ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି।
ନିକିତା ମଡେଲ୍ ହେବା ସହ ଜଣେ ଆର୍ଟିଷ୍ଟ। ସେ କାର୍ମେଲ୍ କନଭେଣ୍ଟ ସିନିଅର ସେକେଣ୍ଡାରୀ ସ୍କୁଲ୍ ରୁ ନିଜ ପାଠପଢ଼ା ପୂରା କରିଛନ୍ତି। ଏହା ବ୍ୟତୀତ ନିକିତା ପରଫର୍ମିଂ ଆଟ୍ସରେ ବ୍ୟାଚଲର ଡିଗ୍ରୀ ସମାପ୍ତ କରିଛନ୍ତି। 18ବର୍ଷ ବୟସରେ ସେ ଟିଭି ଶୋ ହୋଷ୍ଟରୁ ନିଜ କରିୟର ଆରମ୍ଭ କରିଥିଲେ। ନିକିତା ରାଇଟିଂ, ପେଟିଂ, ବହି ପଢ଼ିବାର ସଉକ ରଖନ୍ତି। ସେ ପଶୁପକ୍ଷୀମାନଙ୍କୁ ବି ସାହାଯ୍ୟ କରିଥାଏ। ଏହିଭଳି ଭାବରେ ନିକିତା କୁହନ୍ତି ତାଙ୍କ ପ୍ରଥମ ପ୍ରେମ ଥିଏଟର। 2022ରେ ଶ୍ରୀ ରାମଲୀଳାରେ ସେ ସୀତାଙ୍କ ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 60 ଟି ପ୍ଲେ କରିଛନ୍ତି।
Powered by Froala Editor