ଏଥର ବାଲିଯାତ୍ରାରେ ବଲିଉଡ୍ ନାଇଟ୍ସ
ଆସୁଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ହେବ ବଲିଉଡ୍ ନାଇଟ୍ ଶୋ’ । କଟକର ବାଲିଯାତ୍ରାରେ ବଲିଉଡ ଦୁନିଆର ଷ୍ଟାର କଳାକାରଙ୍କ ଭିଡ଼ ଦେଖିବାକୁ ମିଳିବ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।
ବଲିଉଡ୍ କଣ୍ଠଶିଳ୍ପୀ ଅନୁପ ଜଲୋଟା ପ୍ରଥମ ଦିନରେ ଭଜନ ପରିବେଷଣ କରିବେ ଏବଂ ତାଙ୍କ ସହ ଓ ଭଜନ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିବେ। ହିନ୍ଦୀ ସିନେମା ଜଗତର ଷ୍ଟାର ସିଙ୍ଗର ସୋନୁ ନିଗମ ଏବଂ ଲୋକପ୍ରିୟ ଗାୟକ ସୁରେଶ ୱାଦେକର ପ୍ରମୁଖ କଟକ ବାଲିଯାତ୍ରାରେ ବିଶେଷ ଆକର୍ଷଣ ପାଲଟିବେ । ଏହାସହ ହମ୍ସୁଫି ବ୍ୟାଣ୍ଡ୍ ସଙ୍ଗୀତ ପରିବେଷଣ କରିବେ। ଓଲିଉଡ୍ ଏ-୧ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ।
ଏହାବ୍ୟତୀତ ‘ନୂଆ ଡ୍ରୋନ ସୋ’ ଏବଂ ‘ଲେଜର ସୋ’ କଟକ ବାଲିଯାତ୍ରାକୁ ଏକ ନୂଆ ରଙ୍ଗ ଦେବ ବୋଲି କୁହାଯାଇଛି । ତେବେ କଟକ ବାଲିଯାତ୍ରାରେ ମଧ୍ୟ ‘ଓଡ଼ିଆ ଅସ୍ମିତା’ର କ୍ରେଜ୍ ଦେଖିବାକୁ ମିଳିବ । ଏଥର ବାଲିଯାତ୍ରାରେ କଟକ ଇନ୍ କଟକ ଥିମ୍ ରହିବ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ସିନେମା । ସେହିପରି ସବୁଜ ବାଣ ପ୍ରଦର୍ଶନୀକୁ ମଧ୍ୟ ବାଲିଯାତ୍ରାରେ ସ୍ଥାନ ଦିଆଯିବ । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Powered by Froala Editor