ଜରୁରୀ ଅବତରଣ କଲା ରାଜୀବ କୁମାରଙ୍କ ହେଲିକପ୍ଟର
ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପିଥୋରଗଡ଼ର ମୁନସୟାରି ଠାରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିବା ବେଳେ ଏହା ମଧ୍ୟରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ହେଲିକପ୍ଟଟି ମିଲାମ ଗ୍ଲାସିୟର ଅଭିମୁଖେ ଯିବାର ଥିଲା। ହେଲେ ଅଧା ବାଟରେ ଖରାପ ପାଗ ଯୋଗୁ ପାଇଲଟ ଠିକ ଭାବେ ଆଗକୁ ଦେଖି ପାରି ନଥିଲେ। ଆଗକୁ ଯିବାରେ ବିପଦ ଥିବାରୁ ସେ ରାଲାମ ହେଲିପ୍ୟାଡରେ ହେଲିକପ୍ଟରୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।
ଉତ୍ତରାଖଣ୍ଡର ପିଥୋରାଗଡ଼ରେ ହେଲିକ୍ଟପରର ଇମର୍ଜେନ୍ସି କରାଯାଇଛି। ତାଙ୍କ ସହ ରାଜ୍ୟର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଜୋଗଦଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଡିଏମ ସଇସି ସହ କଥା ହୋଇ କହିଛନ୍ତି ଯେ, ସେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି।
ରାଜୀବ କୁମାର ଦେଶର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଅଟନ୍ତି। ସେ ୧୫ ମେ ୨୦୨୨ରେ ଏହି ଦାୟିତ୍ୱଭାର ଗ୍ରହଣ କରିଥିଲେ ଏବଂ ୧୮ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।
Powered by Froala Editor