ଫେରିଯିବ ମୌସୁମୀ
କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି । ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏହାପୂର୍ବରୁ ୧୬ ଓ ୧୭ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଉଛି । ଏହି ବର୍ଷା ପରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ ।
ଚଳିତବର୍ଷ ସ୍ୱାଭାବିକ ସମୟର ଚାରିଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲା । କେରଳ ତଟ ଛୁଇଁବାର ୮ଦିନ ପରେ ମୌସୁମୀ ଓଡିଶା ପ୍ରବେଶ କରିଥିଲା । ଚଳିତବର୍ଷ ମୌସୁମୀ ୠତୁରେ ଜୁନ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ୧୧ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ରାଜ୍ୟରେ ଏହି ସମୟ ମଧ୍ୟରେ ୧ହଜାର ୯୨ମିଲିମିଟର ବର୍ଷା ହୋଇଥିଲା, ଯାହା କି ସ୍ୱାଭାବିକ ବର୍ଷାଠାରୁ ୫ ପ୍ରତିଶତ କମ୍ ଥିଲା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲା ।
ତେବେ ମୌସୁମୀ ଥବବା ସତ୍ତ୍ୱେ ଗରମ ଅଧିକ ରହିଥିଲା । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲାରେ ଦିନବେଳା ତାପମାତ୍ରା ଓ ଗୁଳଗୁଳି ଅଧିକ ରହିଥିଲା ।
Powered by Froala Editor