ଦିଲ୍ଲୀରୁ ୨୦୦ କେଜିର କୋକେନ ଜବତ

ପୁଣିଥରେ ଦିଲ୍ଲୀରୁ ଜବତ ହୋଇଛି ୨୦୦ କେଜିର କୋକେନ। ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ରମେଶ ନଗର ଅଞ୍ଚଳରେ ଥିବା ଗୋଟିଏ ଗୋଦାମରୁ ଏତେ ପରିମାଣର କୋକେନକୁ ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ।
ଯେଉଁ କାର୍ରେ ଏହି କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍ ଲାଗିଥିଲା। ସ୍ପେଶାଲ ସେଲ ଉକ୍ତ ଜିପିଏସ୍କୁ ଟ୍ରାକ କରି ଅପରେସନ ଆରମ୍ଭ କରିଥିଲା। କାର୍ଟି ଗୋଦାମ ନିକଟରୁ ମିଳିବା ପରେ ପୁଲିସ୍ ୨୦୦ କେଜି କୋକେନ ସେଠାରୁ ଜବତ କରିଛି। କାର୍ ରେ କୋକେନ ଆଣିଥିବା ବ୍ୟକ୍ତି ଲଣ୍ଡନ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରର ଏକ ଗୋଦାମରୁ ୫୬୦ କେଜିରୁ ଅଧିକ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରାଯାଇଥିଲା। ସେମାନଙ୍କ ଲିଙ୍କ ଜବତ ହୋଇଥିବା ୨୦୦୦ କୋଟି ଟଙ୍କାର କୋକେନ ସହ ରହିଛି।
Powered by Froala Editor