ଶେଷ ଅଭିନୟ: ମଞ୍ଚ ଉପରେ କଳାକାରଙ୍କୁ ହେଲା ହୃଦ୍ଘାତ
ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମଲୀଲା ଚାଲିଥିଲା ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।
ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଶୀଲ ବିଶ୍ୱକର୍ମା ନଗର ଅଞ୍ଚଳର ବାସିନ୍ଦା। ସୁଶୀଲଙ୍କ ବୟସ ୫୪ ବର୍ଷ ସୁଶୀଲ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ରାମଲୀଳା ସହ ଜଡ଼ିତ ଥିଲେ।
ଡିଓରେ ଦେଖିବାକୁ ମିଳିଛି ଯେ, ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି। ଡାଏଲଗଗୁଡିକ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସେ ଉଠି ଟିକିଏ ଚାଲୁଛନ୍ତି ଏବଂ ହଠାତ୍ ଛାତିରେ ଯନ୍ତ୍ରଣା ଆରମ୍ଭ ହେଉଛି, ଯାହା ପରେ ସେ ଷ୍ଟେଜ୍ ପଛକୁ ଚାଲିଯାଉଛନ୍ତି।
Powered by Froala Editor