ବିଜେପିରୁ କଂଗ୍ରେସକୁ ଫେରିଲେ ତନୱାର
ଜାନୁଆରୀରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଲୋକସଭା ସାଂସଦ ଅଶୋକ ତନୱାର ପୁଣିଥରେ କଂଗ୍ରେସକୁ ଫେରିଛନ୍ତି। ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ତାଙ୍କୁ ପାର୍ଟି ପତାକା ସହିତ ସ୍ବାଗତ କରିଥିଲେ।
ଅଶୋକ ତନୱର ହରିୟାଣା କଂଗ୍ରେସର ପ୍ରଥମ ସଭାପତି ଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କ ଉପରେ ଅଭିଯୋଗ ଆଣି ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତା’ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ସେ କୁମାରୀ ଶୈଳଜାଙ୍କ ବିରୋଧରେ ସିରସାରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହରିୟାଣାର ମହେନ୍ଦ୍ରଗଡରେ ରାହୁଲ ଗାନ୍ଧୀଙ୍କ ରାଲିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ଅକ୍ଟୋବର ୫ରେ ହରିୟାଣାର ସମସ୍ତ ୯୦ଟି ଆସନରେ ଏକକାଳୀନ ଭୋଟିଂ ଅନୁଷ୍ଠିତ ହେବ। ଭୋଟ ଦେବାର ଦୁଇ ଦିନ ପୂର୍ବରୁ ଅଶୋକ ତନୱାର କଂଗ୍ରେସରେ ଯୋଗ ଦେଇଛନ୍ତି।
Powered by Froala Editor